ଲୋୟର ପିଏମଜିରୁ ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଲା ପୁଲିସ : ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି

ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ଦୁଇ ମାସ ହେଲା ଧାରଣାରେ ବସିଥିଲେ ସ୍ୱାସ୍ଥ୍ୟକର୍ମୀ

92

କନକ ବ୍ୟୁରୋ : ଲୋୟର ପିଏମଜିରୁ ଆନ୍ଦୋଳନ କରୁଥିବା ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଛି ପୁଲିସ । ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପ୍ରାୟ ୨ଶହ ପୁଲିସ କର୍ମଚାରୀ ପହଂଚିଥିଲେ ଲୋୟର ପିଏମଜିରେ ।

ପ୍ରଥମେ ଆନ୍ଦୋଳନକାରୀ ଏଏନଏମକର୍ମୀଙ୍କୁ ଆନ୍ଦୋଳନସ୍ଥଳ ଛାଡି ଚାଲିଯିବାକୁ ପୁଲିସ କର୍ମୀ ବୁଝାଇଥିଲେ । ହେଲେ ଆନ୍ଦୋଳନକାରୀ କିଛି ନ ଶୁଣିବାରୁ ବଳପୂର୍ବକ ଉଠାଇ ନେଇଛନ୍ତି ପୁଲିସ । ରାଜଧାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଦିନ ରାତି ୬୨ ଦିନ ହେଲା ଏଏନଏମମାନେ ଧାରଣାରେ ବସିଥିଲେ ।