ମଦ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଭଦ୍ରକ ଟାଉନ ଥାନା ଏଏସଆଇ ।

268

କନକ ବ୍ୟୁରୋ : ଭଦ୍ରକ ଟାଉନ୍ ଥାନାର ଏଏସ୍‌ଆଇ ବୀରକିଶୋର ବେହେରା ରବିବାର ନିଲମ୍ବିତ ହୋଇଛନ୍ତି । ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ଏଏସ୍‌ଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏଏସ୍‌ଆଇ ବୀରକିଶୋର ବେହେରା ଭଦ୍ରକ ଟାଉନର ଜଣେ ଯୁବକଙ୍କୁ ମଦ ମାଗୁଥିଲେ । ଏହି ଘଟଣାର ଅଡିଓ ଟ୍ୟାପ୍ ସାମାଜିକ ଗଣାମାଧ୍ୟମରେ ଭାଇରାଲ ହୋଇଥିଲା । ଏଭଳି ଭାଇରାଲ ଟ୍ୟାପ ସଂପର୍କରେ ଭଦ୍ରକ ଏସ୍‌ପିଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଘଟଣାର ନିରପେକ୍ଷ ଯାଂଚ କରିବା ପରେ କର୍ତ୍ତବ୍ୟରେ ଅବହେଳା ପାଇଁ ତଥା ଜଣେ ଏଏସଆଇଙ୍କ ଦାୟିତ୍ୱହୀନତା କାମ ପାଇଁ ବୀରକିଶୋରଙ୍କୁ ଏସ୍‌ପି ଚରଣ ସିଂହ ମୀନା କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଛନ୍ତି ।