କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ହାଇଦର । ୭ ଦିନ ରିମାଣ୍ଡ ନେବାକୁ ଆବେଦନ କଲା ପୋଲିସ । 

82

କନକ ବ୍ୟୁରୋ: କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ସେକ ହାଇଦର । କୋର୍ଟରେ ହାଜର ହେବା ପରେ ହାଇଦରକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା ପୋଲିସ । ହାଇଦରକୁ ରିମାଣ୍ଡରେ ନେଇ ଫେରାର ହେବାର ଗୁମର ଖୋଲିବ କମିଶନରେଟ ପୋଲିସ । ହାଇଦର କେମିତି ଫେରାର ହେଲା ତା ଏବେ ବି ସସପେନ୍ସ ରହିଛି ।

ସେପଟେ ହାଇଦର ଲିଙ୍କରେ ଥିବା ୭ଜଣଙ୍କୁ ପଚରାଉଚରା କରାଯାଇଛି । ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ପୂରା ଷଡଯନ୍ତ୍ର ଉପରୁ ପରଦା ହଟିବ । ଆଉ ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ।

ତେଲେଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ । ଏକ ବାଇକରେ ଯାଉଥିବା ବେଳେ ସ୍ଥାନୀୟ ପୋଲିସ ସହାୟତାରେ ତାକୁ କାବୁ କରିଥିଲେ କଟକରୁ ଯାଇଥିବା ଟିମ୍ । ହାଇଦରକୁ ବାଇକରେ ନେଉଥିବା ବ୍ୟକ୍ତି ଜଣକ ଅଣ ଓଡ଼ିଆ ବୋଲି ଜଣାପଡିଛି ।