ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲରେ ପୋଲାଭରମ୍ ପ୍ରସଙ୍ଗ : ଆସନ୍ତା ୧୦ରେ ପରର୍ବତୀ ଶୁଣାଣି

37

ଆଜି ଏନଜିଟିରେ ଓଡିଶା ଓ ଛତିଶଗଡ ପକ୍ଷ ରଖିଥିବା ବେଳେ ପକ୍ଷ ରଖିପାରିନି ଆନ୍ଧ୍ର ସରକାର । ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲରେ ବିବାଦୀୟ ପୋଲଭରମ୍ ପ୍ରକଳ୍ପକୁ ନେଇ ଶୁଣାଣି ହୋଇଛି । ମେ ୧୦ରେ ପରବର୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପୋଲାଭରମ୍ ପ୍ରକଳ୍ପ ହେଲେ ଏଥିରେ ଓଡିଶାର ବହୁ ଅଂଚଳ ଜଳମଗ୍ନ ହେବ । ବିଶେଷକରି ମାଲକାନଗିରିର ମୋଟୁ ଅଂଚଳ ପ୍ରଭାବିତ ହେବ । ଏଥିପାଇ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଆଧାର କରି ଗ୍ରୀନ ଟ୍ରିବୁ୍ୟନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ମାଲକାନାଗିରିର ଦରି ଲିଙ୍ଗା । ଏହି ମାମଲାରେ ଆଜି ଓଡିଶା ସରକାର ଓ ଛତିଶଗଡ ସରକାର ଏନଜିଟିରେ ପକ୍ଷ ରଖିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ସମୟ ମାଗିଛନ୍ତି । ତେବେ ଏହି ମାମଲାର ପରର୍ବତି ଶୁଣାଣି ଆସନ୍ତା ୧୦ ତାରିଖରେ ହେବ । ଏହାସହ ଜାତୀୟ ପୋଲାଭରମ୍ ପ୍ରକଳ୍ପକୁ ନେଇ ୟୁପିଏ ସରକାର ମସୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଏନଜିଟିକୁ ଦେଇଥିବା ପତ୍ରକୁ ମଧ୍ୟ ଆଜି ଉପସ୍ଥାପନ କରାଯାଇଛି ।