ପୋଲାଣ୍ଡରୁ ଆସିଲା ପ୍ରେମର ନିବେଦନ । ଫେସବୁକରେ ଓଡିଆ ପ୍ରେମିକ ପାଇଁ ବିଦେଶୀନିଙ୍କ ପୋଷ୍ଟ । ଓଡିଆରେ କହିଲେ, ମୁଁ ତୁମକୁ ଭଲ ପାଏ, ଭେଟିବାକୁ ଆସୁଛି ଭୁବନେଶ୍ୱର

1,298

କନକ ବ୍ୟୁରୋ: ବିଦେଶୀନିଙ୍କ ପ୍ରେମ ନିବେଦନ । ତାହା ପୁଣି ଓଡ଼ିଆ ଭାଷାରେ । ଜଣେ ଓଡ଼ିଆ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଥିବା ଏହି ପୋଲାଣ୍ଡ ଯୁବତୀ ଏକ ଭିଡିଓ ସୁଟ୍ କରି ପ୍ରେମ ନିବେଦନ କରୁଛନ୍ତି । କହୁଛନ୍ତି-ମୁଁ ତୁମକୁ ଭଲ ପାଏ । ମୁଁ ତୁମକୁ ଭେଟିବା ପାଇଁ ଆସୁଛି ଭୁବନେଶ୍ୱର । ମାସେରୁ ଅଧିକ ସମୟ ଧରି ସୋସିଆଲ ମିଡ଼ିଆରେ ଯୋଗାଯୋଗରେ ରହିବା ପରେ ଓଡ଼ିଆ ବ୍ୟକ୍ତି ଜଣକ ତାଙ୍କୁ ପ୍ରପୋଜ୍ କରିଥିଲେ ବୋଲି ଏହି ଭିଡିଓରେ ଦାବି କରୁଛନ୍ତି ଏହି ପୋଲାଣ୍ଡ ପ୍ରେମିକା ।

ଫେସବୁକରେ ଫ୍ରେଣ୍ଡସିପ୍, ଚାଟିଙ୍ଗ ଆଉ ତା ପରେ ଧୀରେ ଧୀରେ ପ୍ରେମ । ଆଉ ଏବେ ଫେସବୁକରେ ପ୍ରେମିକକୁ ନପାଇ ବିକଳ ହେଉଛି ପ୍ରେମିକା । ଓଡିଆ ପୁଅର ପ୍ରେମ ପାଇଁ ଭୂବନେଶ୍ୱର ଆସୁଛନ୍ତି ଏବେ ପୋଲାଣ୍ଡ ପ୍ରେମିକା । ସୋସିଆଲ ମିଡିଆରେ ପୋଲାଣ୍ଡ ଯୁବତୀଙ୍କ ଭାଇରାଲ ଏକ ଭିଡିଓରୁ ଏହା ଜାଣିବାକୁ ମିଳିଛି । ଫେସବୁକରେ ପୋଲାଣ୍ଡ ଝିଅକୁ ଓଡିଆଯୁବକ ଜଣକ ପ୍ରେମ ନିବେଦନ କରିଥିଲେ । କିନ୍ତୁ ପ୍ରେମ ନିବେଦନର କୌଣସି ଉତରନପାଇବାରୁ ଓଡିଆ ଯୁବକ ଜଣକ ନିଜ ଆକାଉଂଟକୁ ଡିଲିଟ୍ କରିଦେଇଥିଲେ । ଆଉ ଏହା ପରେ ଯୁବତୀଙ୍କ ମନରେ ଆରମ୍ଭ ହୋଇଥିଲା ପ୍ରେମକୁ ପାଇବାର ଆଶା ।

 

ଏକ ଭିଡିଓ ମାଧ୍ୟମରେ ନିଜ ମନ କଥା କହିଛନ୍ତି ପୋଲାଣ୍ଡ ଯୁବତୀ । ଯେକୌଣସି ଉପାୟରେ ସେ ଓଡିଆ ପୁଅକୁ ପାଇବାକୁ ଚାହୁଁଥିବା କହିଛନ୍ତି ଭିଡିଓରେ । ଆଉ ବିଦେଶୀନି ଜଣକ ମଧ୍ୟ ଓଡିଆରେ ମୁଁ ତୁମକୁ ଭଲପାଏ କହିବା ସହିତ ଭୁବନେଶ୍ୱର ଆସୁଥିବା କହିଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।