ହାତୀ ହତ୍ୟା ଅଭିଯୁକ୍ତକୁ ପଚରାଉଚରା ବେଳେ ମୃତ୍ୟୁ ଅଭିଯୋଗ : ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି

214

କନକ ବ୍ୟୁରୋ : ହାତୀ ହତ୍ୟା ଅଭିଯୁକ୍ତକୁ ପଚରାଉଚରା ବେଳେ ମୃତ୍ୟୁ ଅଭିଯୋଗ । କଟକ ଆଠଗଡରୁ ଆସିଛି ଏଭଳି ଅଭିଯୋଗ । ହାତୀ ହତ୍ୟା ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କୁ ବନ ଅଧିକାରୀ ଅଟକ ରଖି ପଚରାଉଚରା କରୁଥିଲେ । ଏହି ସମୟରେ ୫୯ ବର୍ଷୀୟ ଧନେଶ୍ୱରଙ୍କ ମୃତ୍ୟୁ ଘଟିଛି । ଏହାପରେ ମୃତକଙ୍କୁ ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି ଗାଁ ଲୋକେ । ବଡବାରସିହ ଛକରେ ଗାଁ ଲୋକେ ପ୍ରତିବାଦ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି ।

ଧନେଶ୍ୱରଙ୍କର ମୃତ୍ୟୁ ପରେ ଆଠଗଡ ପୋଲିସ ବଡମ୍ବା ରେଞ୍ଜର ସୁବ୍ରତ ବେହେରା, ୨ ଏସିଏଫ ଘନଶ୍ୟାମ ମୁଦୁଲି ଏବଂ ହରେକୃଷ୍ଣ ମଲ୍ଲିକ ଏବଂ ୬ ବନ କର୍ମଚାରୀ ଅଟକ ରଖିଛନ୍ତି । ଦୁଇ ଦିନ ତଳେ ହାତୀର ମୃତ ଦେହ ଠାବ ହୋଇଥିଲା । ଏହାପରେ ବଡମ୍ବା ଖୁଂଟକଟାର ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ଉଠାଇନେଇଥିଲେ ବଡମ୍ବା ରେଞ୍ଜର ଅଧିକାରୀ । ତେବେ କିଭଳି ପରିସ୍ଥିତିରେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା, ସେନେଇ ତଦନ୍ତ ଜାରି ରଖିଛି ଆଠଗଡ଼ ଥାନା ପୁଲିସ । ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଜାରି ରଖିଛି ପୁଲିସ ।