ଦେଶରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟର ପ୍ରକୋପ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ । ଦେଖୁଛନ୍ତି ଟିକାକରଣ ପ୍ରୋଗ୍ରାମର ରିପୋର୍ଟ କାର୍ଡ

151

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ନିରୋଧୀ ଟିକାକରଣ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଲିଥିବା ବେଳେ ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ନୀତି ଆୟୋଗର ସଦସ୍ୟ ଡାକ୍ତର ବି.କେ ପଲ ବି ସାମିଲ ହୋଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନର ରିପୋର୍ଟ କାର୍ଡକୁ ସମୀକ୍ଷା କରୁଛନ୍ତି    ।

ଦେଶର କିଛି ରାଜ୍ୟରେ ଏବେ କରୋନାର ସବୁଠାରୁ ଘାତକ ଭାରିଆଣ୍ଟ କୁହାଯାଉଥିବା ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ସତର୍କ କରିଛନ୍ତି । ଏହାସହ ସରକାର ଚେଷ୍ଟା କରୁଛନ୍ତି କି କିଭଳି ଭାବେ ଶୀଘ୍ର ଦେଶର ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ପାରିବ । ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତିଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଜୁନ ୨୧ ତାରିଖରୁ କ୍ୟାମ୍ପେନ ମୋଡରେ ଟିକାକରଣ ଅଭିଯାନ ଚାଲିଛି ।

ଜୁନ ୨୫ ତାରିଖ ସୁଦ୍ଧା ଦେଶରେ ୩.୯୮ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା କଥା ଆଇସିଏମଆର ସୂଚନା ଦେଇଥିବା ବେଳେ କେନ୍ଦ୍ର ସରକାର ଜୁନ ମାସରେ ୨୦ କୋଟି ଓ ଜୁଲାଇ ମାସରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପଟେ ଏବେ ଦିଆଯାଉଥିବା ଟିକା ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଉଥିବା ବେଳେ ୧୮ ବର୍ଷରୁ କମ ବୟସର ଲୋକଙ୍କୁ ଟିକା ଦେବା ନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହାକୁ ନେଇ କୋଭାଭାକ୍ସ କମ୍ପାନୀ ତରଫରୁ ଛୋଟ ପିଲାଙ୍କ ଉପରେ ଟିକା ପରୀକ୍ଷଣ ଚଳାଇଛି ।

ସେପଟେ ସମସ୍ତ କୋଭିଡ ଟିକା ୨ ଟି ଡୋଜ ହୋଇଥିବା ବେଳେ ଜୁଲାଇ ମାସରେ ଜନସନ ଆଣ୍ଡ ଜନସନର ସିଙ୍ଗିଲ ଡୋଜ ଟିକା କୁ ଜୁଲାଇ ମାସରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିପାରେ ବୋଲି ଆଶା କରାଯାଉଛି ।