ଭରସା ପାଇଲାନି ପାକ୍ ଆକାଶକୁ: ରୁଟ୍ ବଦଳେଇ ଅନ୍ୟ ବାଟରେ ଯିବେ ମୋଦି

ପାକ୍ ଆକାଶ ଦେଇ କିର୍ଗିଜସ୍ତାନ ଯିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

784

କନକ ବ୍ୟୁରୋ: ପାକିସ୍ତାନ ଆକାଶରେ ଉଡି଼ବେନି ମୋଦି । ପାକ୍ ଆକାଶ ଦେଇ କିର୍ଗିଜସ୍ତାନ ଯିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ଆକାଶରେ ଉଡି଼ ମୋଦି କିର୍ଗିଜସ୍ତାନକୁ ଯିବାକୁ କାର୍ଯ୍ୟକ୍ରମ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ଯୋଜନାକୁ ବଦଳାଯାଇଛି । ତେବେ ମୋଦି ପାକ୍ ଆକାଶରେ ନଯାଇ ଭିଭିଆଇପି ବିମାନରେ ଓମାନ, ଇରାନ ଏବଂ ମଧ୍ୟ ଏସୀୟ ଦେଶ ଦେଇ କିର୍ଗିଜସ୍ତାନର ରାଜଧାନୀ ବିସକେକରେ ପହଞ୍ଚିବେ ।


୧୩-୧୪ ଦୁଇ ଦିନ ଧରି କର୍ଗିଜସ୍ତାନ ସମ୍ମିଳନୀରେ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରେ ଆସନ୍ତାକାଲି ମୋଦି ଯୋଗଦେବେ । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ତାଙ୍କ ରୁଟ୍ ପରିବର୍ତ୍ତନ ହୋଇଛି । ସବୁଠାରୁ ବଡକଥା ହେଉଛି ଉକ୍ତ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଯୋଗଦେଉଛନ୍ତି ।
ତେବେ ମୋଦିଙ୍କ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ପାକିସ୍ତାନ ଆକାଶରେ ଉଡି କିର୍ଗିଜସ୍ତାନ ଯାଇଥିଲେ ମାତ୍ରା ମୋଦିଙ୍କ ବେଳକୁ ଏହି ପଥ ବଦଳି ଯାଇଛି । ୨୬ ଫେବୃୟାରୀରେ ବାଲାକୋଟ ଉପରେ ଭାରତୀୟ ସେନା ଏୟାଷ୍ଟ୍ରାଇକ କରିବା ପରେ ପାକିସ୍ତାନ ତାର ଆକାଶ ପଥ ବନ୍ଦ କରିଥିଲା .