କନକ ବ୍ୟୁରୋ : ଆଜି ଦେଶକୁ ୮ମ ବନ୍ଦେ ଭାରତ ଟ୍ରେନ୍ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଏହି ରେଳକୁ ସବୁଜ ପତାକା ଦେଖାଇଛନ୍ତି । ଏହି ଟ୍ରେନ ଏବେ ସିକନ୍ଦରାବାଦରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ । ଦକ୍ଷିଣ ଭାରତ ପାଇଁ ଏହା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ । ଦକ୍ଷିଣ ଭାରତକୁ ମିଳିଥିବା ପ୍ରଥମ ବନ୍ଦେ ଭାରତ ଟ୍ରେନ ଚେନ୍ନାଇରୁ ମୌସୁର ଯାତାୟତ କରୁଛି ।

Advertisment

ଆଜିକୁ ମିଶାଇ ଦେଶରେ ୮ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରିଛି । ଏହା ମଧ୍ୟରେ ବାରଣାସୀରୁ ନୂଆଦିଲ୍ଲୀ, ନୂଆ ଦିଲ୍ଲୀରୁ ବୈଷ୍ଣବଦେବୀ, ମୁମ୍ବାଇରୁ ଗାନ୍ଧୀନଗର, ଦିଲ୍ଲୀରୁ ଅମ୍ବ ଅଂଦୌରା, ଚେନ୍ନାଇରୁ ମୈସୁର, ନାଗପୁରରୁ ବିଳାଶପୁର, ହାୱଡାରୁ ନୂଆ ଜଳପାଇଗୁଡି ରୁଟରେ ଏହି ଟ୍ରେନ ଚଳାଚଳ ଆରମ୍ଭ କରିଛି ।

ସେପଟେ ଯଦି ଏହି ଟ୍ରେନର ସ୍ୱତନ୍ତ୍ରତା କଥା କହିବା ତେବେ ଏହା ସ୍ୱଦେସୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହା ୮ଘଣ୍ଟାରେ ୭୦୦ କିଲୋମିଟର ଅତିକ୍ରମ କରିବାର କ୍ଷମତା ରଖିଛି । ଅତ୍ୟାଧୁନିକ ଯାତ୍ରୀ ସୁବିଧା ଥିବା ଏହି ଟ୍ରେନ ଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ଓ ଆରାମଦାୟକ ବୋଲି କୁହାଯାଇଛି ।

ବନ୍ଦେ ଭାରତ ଟ୍ରେନ୍ ୫୨ ସେକେଣ୍ଡ ମଧ୍ୟରେ ୧୦୦ କିଲୋମିଟର ଗତିରେ ଯାଇପାରିବ । ଏହାସହ ପ୍ରତିଘଣ୍ଟାରେ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବାର କ୍ଷମତା ରଖିଛି । ଟ୍ରେନର ସବୁ ବଗି ବାତାନୁକୁଳିକ ବା ଏସି । ଏହାସହ ଟ୍ରେନର ପ୍ରତିଟି ଦ୍ୱାର ଅଟୋମେଟିକ ଟେକ୍ନିକରେ ଖୋଲିଥାଏ ଓ ବନ୍ଦ ହୋଇଥାଏ । ପ୍ରତିଗେଟରେ ଟ୍ରେନରୁ ଓହ୍ଲାଇବାକୁ ଅଟୋମେଟିକ୍ ଫୁଟରେଷ୍ଟର ମଧ୍ୟ ସୁବିଧା ରହିଛି ।

ଏହି ଟ୍ରେନରେ ଜିପିଏସ ସିଷ୍ଟମ ଓ ଅଗ୍ନିନିରାପତ୍ତା ସେନ୍ସର ଲଗାଯାଇଛି । ଏହାସହ ଟ୍ରେନରେ ମଧ୍ୟ ୱାଇଫାଇର ସୁବିଧା ଯାତ୍ରୀମାନଙ୍କ ପାଇଁ ରଖାଯାଇଛି । ପ୍ରତି ସିଟରେ ଚାର୍ଜିଂ ପଏଣ୍ଟ ରହିଛି । ଏହାସହ ୩୨ଇଂଚର ଟିଭି ମଧ୍ୟ ରହିଛି । ପ୍ରତି ସିଟକୁ ଆପଣ ଇଚ୍ଛା ମୁତାବକ ବୁଲାଇ ବସିପାରିବେ ।

ଟ୍ରେନରେ ଗତିସହ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଟ୍ରେନରେ କଲେଜନ ଅବାଇଣ୍ଟସ୍ ପଏଣ୍ଟ ମଧ୍ୟ ରହିଛି । ବିଦ୍ୟୁତ କଟିଗଲେ ଆଲୋକ ପାଇଁ ପ୍ରତି ବଗିରେ ୪ଟି ଲେଖାଏଁ ଇମରଜେନ୍ସି ଲାଇଟର ବ୍ୟବସ୍ଥା ରହିଛି ।

ଅନ୍ୟପ୍ଣଙ୍କ ଟ୍ରେନରେ ବାୟୋ ଭାକ୍ୟୁମ୍ ଟଏଲଟର ମଧ୍ୟ ସୁବିଧା ରହିଛି । ଟ୍ରେନରେ ଦିବ୍ୟାଙ୍ଗ ମାନେ ସୁବିଧାରେ ଟଏଲଟ୍ ବ୍ୟବହାର କରିପାରିବେ । ଏହାସହ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ ଲିପିରେ ସିଟ୍ ନମ୍ବର ଲେଖାଯାଇଛି ।