ରାତି ପାହିଲେ ଆଲୋକର ପର୍ବ ! ଯବାନଙ୍କ ସହ ଦୀପାବଳୀ ପାଳିବେ ପ୍ରଧାନମନ୍ତ୍ରୀ ।

101

କନକ ବ୍ୟୁରୋ : ରାତିପାହିଲେ ଆଲୋକର ପର୍ବ ଦୀପାବଳୀ । ଆଉ ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସାରା ଦେଶ । ସବୁଆଡେ ରଙ୍ଗିନ ଆଲୋକମାଳା ସାଙ୍ଗକୁ ରଙ୍ଗବେରଙ୍ଗର ଲିଚୁ ଲାଇଟରେ ସଜେଇ ହୋଇଛି ଭାରତ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଏଭଳି ଭାବେ ପାଳିବେ ଦୀପାବଳୀ । ଚୀନ୍ ସୀମାରେ ନିୟୋଜିତ ଥିବା ଯବାନମାନଙ୍କ ସହ ଦିପାବଳୀ ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଉତ୍ତରାଖଣ୍ଡ ହର୍ଷିଲ ସୀମାରେ ନିୟୋଜିତ ଥିବା ଯବାନଙ୍କ ସହ ମୋଦି ପାଳିବେ ଦୀପାବଳି । ଖାଲି ମୋଦି ନୁହଁନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ ଓ ଅନ୍ୟ ସେନା ଅଧିକାରୀ ମଧ୍ୟ ସାମିଲ ହେବେ । ଆସନ୍ତାକାଲି ମୋଦି ଉତ୍ତରାଖଣ୍ଡ ଗସ୍ତ କରୁଛନ୍ତି । ତେବେ ସେଠାରେ ଚାଲିଥିବା କାମର ସମୀକ୍ଷା କରିବା ସହ ଯବାନମାନଙ୍କ ସହ ଆଲୋଚନା କରିବେ । ତେବେ ହର୍ଷିଲ ସୀମା ଭାରତ-ଚୀନ ସୀମାଠାରୁ ପାଖାପାଖି ୪୫ କିଲୋମିଟର ଦୂର । ଯବାନଙ୍କୁ ଭେଟିବା ସହ ମୋଦି କେଦାରନାଥ ମନ୍ଦିର ଯିବେ । କେଦାରନାଥ ପୀଠରେ ଚାଲିଥିବା ପୁନଃରୁଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ । ୨୦୧୪ରୁ ମୋଦି ଲଗାତର ଭାବେ ପ୍ରତିବର୍ଷ ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି ।