ଡାକ୍ତର ଦିବସରେ ଆସନ୍ତା କାଲି ଦେଶର ଡାକ୍ତର ମାନଙ୍କୁ ସମ୍ବୋର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

138

କନକ ବ୍ୟୁରୋ : ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ‘ଡାକ୍ତର ଦିବସ’ । ଏହି ଅବସରରେ ଦେଶର ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୩ ଟାରେ ସମ୍ବୋର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିବର୍ଷ ଜୁଲାଇ ପହିଲାରେ ଡାକ୍ତର ଦିବସ ପାଳନ କରାଯାଏ । ମାତ୍ର ଚଳିତ ବର୍ଷ ଏହି ଦିବସକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାର କାରଣ ଦେଶରେ ଚାଲିଥିବା କରୋନା ବିରୋଧୀ ଲଢେଇରେ ଦେଶର ଡାକ୍ତରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି  । ଏହି କାରଣରୁ ଆସନ୍ତା କାଲି ଡାକ୍ତର ଦିବସରେ ପ୍ରଧାନମନ୍ତ୍ରୀ ଦେଶର ଡାକ୍ତରମାନଙ୍କୁ ସମ୍ବୋର୍ଦ୍ଧିତ କରିବାକୁ ଯାଉଛନ୍ତି । କହିରଖୁ କି ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ ବା (ଆଇଏମଏ) ଡାକ୍ତର ଦିବସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏନେଇ ଦିଲ୍ଲୀର ଆଇଏମର ମୁଖ୍ୟାଳୟରେ ୫୦-୬୦ ଜଣ ଡାକ୍ତର ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋନ୍ଧନ ଶୁଣିବେ ବୋଲି ଜଣାପଡିଛି ।

ଆଇଏମର ସୂଚନା ମୁତାବକ କରୋନା ବିରୋଧୀ ଲଢେଇରେ ଦେଶର ୧୫୦୦ ରୁ ଉର୍ଦ୍ଧ ଡାକ୍ତର ଜୀବନ ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଆଇଏମର ମୁଖ୍ୟାଳୟରେ ନୀତି ଆୟୋଗ ସଦସ୍ୟ ଡା. ବି,କେ ପଲ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ, ଆଇଏମର ଅଧ୍ୟକ୍ଷ ଜେ.ଏ. ଜୟାଲାଲ ଓ ଡା.କେତନ ଦେଶାଇ ମୃତ ଡାକ୍ତର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦେଶର ଡାକ୍ତର ମାନଙ୍କୁ ସମ୍ବୋର୍ଦ୍ଧିତ କରିବେ ।