କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚା : ୨୦୧୯ ପରେ କ୍ୟାବିନେଟରେ ହୋଇନି ଅଦଳବଦଳ

124

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ନେଇ ଜୋରଦାର ଚର୍ଚ୍ଚା । କିଛି ଦିନ ହେଲା ୟୁପି ରାଜନୀତି ସରଗରମ ରହିଛି । ଦିଲ୍ଲୀ ଦରବାରରେ ମଧ୍ୟ ବିଜେପି ରାଜନୀତିରେ ଉଷ୍ମତା ଦେଖିବାକୁ ମିଳୁଛି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡା । ବିଜେପିର ଏହି ୩ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ମୋଦୀ ସରକାର ଦ୍ୱିତୀୟ ଥର ସରକାର ଗଢ଼ିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବା ସଂପ୍ରସାରଣ ନେଇ କସରତ ହୋଇନାହିଁ ।