ନିର୍ବାଚନ ପୂର୍ବରୁ ଗୁଜରାଟରେ ପ୍ରଚାର ତାତି । ଭାବନଗରରେ ମୋଦୀଙ୍କ ବିଶାଳ ରୋଡ ଶୋ

66

କନକ ବ୍ୟୁରୋ : ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ରୋଡ ଶୋ । ଦୀର୍ଘ ୪ କିଲୋମିଟର ଧରି ଭାବନଗରରେ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇକଡ଼ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଅନ୍ୟପଟେ ସୁରଟକୁ ୩ହଜାର ୪ଶହ କୋଟି ଓ ଭାବନଗରକୁ ୫ହଜାର ୨ଶହ କୋଟିର ଉପହାର ମିଳିଛି । ପୂରା ରାଜ୍ୟ ପାଇଁ ମୋଟ ୨୯ହଜାର କୋଟିର ଉପହାର ଦେଇଛନ୍ତି ମୋଦି ସରକାର । । ୨୯ହଜାର କୋଟିରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଜନସଭାକୁ ସମ୍ବୋଧିତ କରି ଗୁଜରାଟର ଡବଲ ଇଂଜିନ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ମୋଦି କହିଛନ୍ତି ସୁରଟ ସହର ହେଉଛି ଜନ-ଭାଗିଦାରି ଓ ଏକତାର ବଡ ଉଦାହରଣ । ସୁରଟ ହେଉଛି ଫୋର-ପି ଅର୍ଥାତ ପବ୍ଲିକ, ପ୍ରାଇଭେଟ, ପାଟନରସିଫ ଓ ପିପୁଲସର ସବୁଠୁ ବଡ ଉଦହାରଣ । ଏଥିସହ ମୋଦି କହିଛନ୍ତି ସୁରଟ ମଡେଲକୁ ସାରା ଦେଶରେ ଏକ ମଡେଲ ଭାବେ ଗ୍ରହଣ କରାଯାଏ । ଆଗକୁ ସୁରଟ ଡାଇମଣ୍ଡ ଟ୍ରେଣ୍ଡିଂ ହବ ଭାବେ ଉଭା ହେବ । ଦୁଇଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗର, ସୁରଟ, ଭାବନଗର, ଅମ୍ବାଜିରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।