କନକ ବ୍ୟୁରୋ : ଦିଲ୍ଲୀରେ ଦେଖିବାକୁ ମିଳିବ ପ୍ରଧାନମନ୍ତ୍ରୀଙ୍କ ମେଗା ଶୋ । ଆଜି ରାଜଧାନୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରାଲିର ଆୟୋଜନ କରିଛି ଭାରତୀୟ ଜନତା ପାର୍ଟି । ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଜେପି ପକ୍ଷରୁ ଏକ ବିରାଟ ରୋଡ୍ ସୋ’ ଆୟୋଜନ କରାଯାଇଛି ।

Advertisment

ଦିଲ୍ଲୀ ପଟେଲ ଚୌରୁ ସଂସଦ ମାର୍ଗ ଜୟସିଂହ ରୋଡ୍ ଜଙ୍କସନ୍ ପର୍ଯ୍ୟନ୍ତ କରାଯିବ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ୍ ସୋ’ । ଅପରାହ୍ଣ ୩ଟାରେ ପ୍ରାଧାନମନ୍ତ୍ରୀଙ୍କ ରୋଡ୍ ଶୋ ଅନୁଷ୍ଠିତ ହେବ । ଚଳିତ ବର୍ଷ ୧୦ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଣ ସବୁ ରହିବ ଦଳର ରଣନୀତି ଏନେଇ ବୈଠକରେ ଆଲୋନା ହେବ । ଆଉ ସବୁଠାରୁ ବଡ କଥା ହେଲା ନିଜେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେଇ ସବୁ ନିଜେ ତଦାରଖ କରିବେ ।