ଅନାସ୍ଥା ଅଡୁଆକୁ ପାର କଲେ ନରେନ୍ଦ୍ର ମୋଦି । ଟିଡ଼ିପି ଆଣିଥିବା ପ୍ରସ୍ତାବ ଖାଇଲା କାଟ୍, ମୋଦିଙ୍କ ଉପରେ ୩୨୫ ସାଂସଦଙ୍କ ସମର୍ଥନ

66

କନକ ବ୍ୟୁରୋ : ଲୋକସଭାରେ କାଟ ଖାଇଲା ଅନାସ୍ଥା ପ୍ରସ୍ତାବ । ମୋଦି ସରକାରଙ୍କ ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ଶେଷରେ କାଟ ଖାଇଛି । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଜଣ ଭୋଟ ଦେଇଥିବା ବେଳେ, ବିପକ୍ଷରେ ଭୋଟ ଦେଇଛନ୍ତି ୩୨୫ ଜଣ ସଭ୍ୟ । ମୋଟ ୪୫୧ ଜଣ ସଭ୍ୟ ଭୋଟ ଦେଇଥିବା ବେଳେ ଶିବସେନା ଓ ବିଜେଡି ସାଂସଦ ମାନେ କକ୍ଷତ୍ୟାଗ କରିଥିଲେ । ଦୀର୍ଘ ୧୨ ଘଣ୍ଟା ଧରି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପରେ ଭୋଟିଂ କରାଯାଇଥିଲା । ଯେଉଁଥିରେ ବାଜିମାତ କରିଛି ମୋଦି ସରକାର ।

ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ମୋଦି ସରକାରଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି । ଏହି ବିଜୟ ସହ ପୁଣିଥରେ ସରକାରରେ ରହିବାର ସୁଯୋଗ ପାଇଛି ବିଜେପି । ତେବେ ଏହି ସଂଖ୍ୟାର ଖେଳ ଆଗାମୀ ନିର୍ବାଚନରେ ବିଜେପି ପାଇଁ ଶୁଭ ସଙ୍କେତ ଆଣି ଦେଇଛି । ଆଉ ରାହୁଳଙ୍କ ନେତୃତ୍ୱରେ ସଂଗଠିତ ବିରୋଧୀ ମେଣ୍ଟକୁ ଏକ ବଡ ଝଟକା ଲାଗିଛି । ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବା ପୂର୍ବରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଉପରେ ଜୋରଦାର ବର୍ଷିଥିଲେ ମୋଦି । ୧ ଘଣ୍ଟା ଧରି ମୋଦି ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଦେବା ପରେ ଆରମ୍ଭ ହୋଇଥିଲା ଭୋଟିଂ ।
କଣ କହିଥିଲେ ମୋଦି :

କଂଗ୍ରେସକୁ ମୋଦିଙ୍କ କଡ଼ା ସମାଲୋଚନା
ଆପଣଙ୍କ ଆଖିରେ ଆଖି ମିଶାଇ ପାରିବୁନି: ମୋଦି
‘ସୁବାସ ଚନ୍ଦ୍ର ଆଖି ମିଶାଇବାରୁ କ’ଣ ହେଲା ?’
‘ଚନ୍ଦ୍ରଶେଖର ଆଜାଦ ସାହସ କଲେ ତାଙ୍କ ଅବସ୍ଥା କ’ଣ କଲ’

ରାହୁଲଙ୍କ ଆଖିର ଇସାରା ପ୍ରସଙ୍ଗରେ ମୋଦିଙ୍କ ମତ
‘ଆଖିର ଇସାରାକୁ ପୂରା ଦେଶ ଦେଖୁଛି’
ଆମେ ନାମଦାର ନୁହେଁ କାମଦାର: ମୋଦି
ଦେଶର ଚାଷୀଙ୍କ ପୀଡ଼ାର ଭାଗିଦାରୀ ଆମେ: ମୋଦି
‘ଦେଶକୁ ବିକାଶ ପଥରେ ନେଉଥିବା ଶ୍ରମିକଙ୍କ ଭାଗିଦାର’
‘ଆମେ ଚୌକିଦାର ଓ ଭାଗିଦାର, ଠିକାଦାର କି ସୌଦାଗର ନୁହେଁ’

ନିଜ ଗୋଡରେ ନିଜେ କୁରାଢୀ ମାରିଛି କଂଗ୍ରେସ
ନିଜ ଦୁର୍ଦ୍ଦଶା ପାଇଁ କଂଗ୍ରେସ ନିଜେ ଦାୟୀ: ମୋଦି
ଭୂମିରୁ ଅଲଗା ହୋଇସାରିଛି କଂଗ୍ରେସ: ମୋଦି
‘ଗରିବଙ୍କୁ ଅଣଦେଖା କରିଛି କଂଗ୍ରେସ’
‘ନିଜ ସ୍ୱାର୍ଥ ପାଇଁ ଆନ୍ଧ୍ର-ତେଲେଙ୍ଗାନା ବିଭାଜନ କରିଛି କଂଗ୍ରେସ’
ତେଲେଙ୍ଗାନାରେ ବିବାଦ ପାଇଁ କଂଗ୍ରେସ ଦାୟୀ: ମୋଦି
‘ଭାରତ-ପାକିସ୍ତାନର ବିଭାଜନ କଂଗ୍ରେସର କାରନାମା’
‘ଆନ୍ଧ୍ରପ୍ରଦେଶର ଲୋକଙ୍କ ଇଚ୍ଛାକୁ ସମ୍ମାନ କରେ ଏନଡିଏ’
‘ନିଜର ଅସଫଳତା ଲୁଚାଇବାକୁ ଟିଡିପି ୟୁଟର୍ଣ୍ଣ ନେଲା’

ବ୍ୟାଙ୍କ ଉପାଖ୍ୟାନ
‘ବ୍ୟାଙ୍କ ଗୁଡ଼ିକୁ ଖାଲି କରିଥିଲା କଂଗ୍ରେସ’
ଅର୍ଥ ବ୍ୟବସ୍ଥାକୁ ଫମ୍ପା କରିଥିଲା କଂଗ୍ରେସ: ମୋଦି
‘ଯେ ପର୍ୟ୍ୟନ୍ତ କ୍ଷମତାରେ ଥିଲା ଦେଶକୁ ଲୁଟିଥିଲା କଂଗ୍ରେସ’
‘ଇବ୍ୟାଙ୍କିଂ ପୂର୍ବରୁ ଦେଶରେ ଟେଲିଫୋନ ବ୍ୟାଙ୍କିଂ ଆରମ୍ଭ’
‘ଫୋନ ଆସିବା ମାତ୍ରେ ଲୋନ ଦେଉଥିଲେ ବ୍ୟାଙ୍କ’
‘ଲୋନ ଫେରାଇବା ବେଳରେ ଆଉ ଏକ ଲୋନ ଦେଉଥିଲେ’
‘କଂଗ୍ରେସ ପାଇଁ ବ୍ୟାଙ୍କ ଗୁଡ଼ିକର ଟଙ୍କା ବର୍ବାଦ ହୋଇଛି’
‘ବ୍ୟାଙ୍କ ଗୁଡ଼ିକରେ ସୁଧାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି’
‘ବ୍ୟାଙ୍କ ଗୁଡ଼ିକରେ ସୁଧାର ପାଇଁ ଟଙ୍କା ଦେଉଛି ଏନଡିଏ ସରକାର’