କନକ ବ୍ୟୁରୋ: ଜନ୍ମଦିନରେ ଦ୍ୱାରକା ସେକ୍ଟର ୨୧ରୁ ୟଶୋଭୂମି ସେକ୍ଟର ୨୫ଯାଏଁ ମେଟ୍ରୋରେ ଯାତ୍ରା କରିଛନ୍ତି ମୋଦୀ । ମେଟ୍ରୋରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହି ଅବସରରେ ମେଟ୍ରୋ ଯାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ଉଠାଇଛନ୍ତି । ଉଦଘାଟିତ ହୋଇଛି ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ଅଂଶ । ସରକାର ଏହାକୁ ୫ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି । ଏହି କନଭେନସନ ସେଣ୍ଟର ୮ ଦଶିମକ ୯ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ।

Advertisment

ଏହା ବିଶ୍ୱର ସବୁଠୁ ବଡ଼ ଏମଆଇସିଇ ସ୍ଥାନ ମଧ୍ୟରୁ ଅନ୍ୟତମ । ୟଶୋଭୂମିରେ ଏକ ସମ୍ମିଳନୀ କକ୍ଷ, ଅନେକ ପ୍ରଦର୍ଶନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା ରହିଛି । ଏହି ସେଣ୍ଟରର ବାହାରପଟ ଜି-୨୦ ଥିମରେ ଡିଜାଇନ କରାଯାଇଛି । ଏଥିରେ ଏକାସଙ୍ଗେ ୧୧ ହଜାରରୁ ଅଧିକ ଲୋକ ବସିପାରିବେ । ଏଥିରେ ୧୫ଟି ସମ୍ମିଳନୀ କକ୍ଷ, ଗ୍ରାଣ୍ଡ ବଲରୁମ୍ ଓ ୧୩ଟି ବୈଠକ ଘର ରହିଛି । ୟଶୋଭୂମିକୁ ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସହ ଯୋଡାଯାଇଛି । ପ୍ରଧାନମନ୍ତ୍ରୀ ଦ୍ୱାରକା ସେକ୍ଟର ୨୧ରୁ ନୂଆ ମେଟ୍ରୋ ଷ୍ଟେସନ ଯଶୋଭୂମି ଦ୍ୱାରକା ସେକ୍ଟର ୨୫ ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସମ୍ପ୍ରସାରଣ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ।