ପାକକୁ ମୋଦିଙ୍କ ଚେତାବନୀ ! ଆମେ ଶାନ୍ତିର ସମର୍ଥକ, ହେଲେ କେହି ଶାନ୍ତି ନଷ୍ଟ କରିବାକୁ ପ୍ରୟାସ କଲେ ଛାଡ଼ିବ ନାହିଁ ଭାରତ

74

କନକ ବ୍ୟୁରୋ : ଭାରତ ସର୍ବଦା ଶାନ୍ତିର ସବୁଠାରୁ ବଡ଼ ସମର୍ଥକ ରହି ଆସିଛି । କିନ୍ତୁ ଏହି ଶାନ୍ତି ନଷ୍ଟ କରିବାକୁ କେହି ପ୍ରୟାସ କଲେ ଭାରତ ଛାଡ଼ିବ ନାହିଁ ଏବଂ ଦେଶର ସୁରକ୍ଷା ପାଇଁ ଅତି କଠୋର ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏନ୍‌ସିସି କ୍ୟାଡେଟଙ୍କୁ ଦିଲ୍ଲୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ କାହାର ଶାନ୍ତି ନଷ୍ଟ କରୁନାହିଁ, କିନ୍ତୁ ଆମ କ୍ଷେତ୍ରରେ ତାହା ଘଟିଲେ ଆମେ ଛାଡ଼ିବୁ ନାହିଁ।

ପାକିସ୍ତାନର ଛାୟା ଯୁଦ୍ଧ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି । ବିଗତ ୪ ବର୍ଷରେ ସରକାର ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଭାରତ କେବେ ଅନ୍ୟ କୌଣସି ରାଷ୍ଟ୍ରକୁ ସଙ୍କଟରେ ପକାଇନାହିଁ, କିନ୍ତୁ ଦେଶ ପ୍ରତି ଆସୁଥିବା ପ୍ରତ୍ୟେକଟି ସଙ୍କଟକୁ ଦୃଢ଼ତାର ସହ ମୁକାବିଲା କରିବାକୁ ସର୍ବଦା ତୟାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଏବେ ଜଳ, ସ୍ଥଳ ଏବଂ ଆକାଶରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ସକ୍ଷମ ବୋଲି ସେ କହିଛନ୍ତି ।