ଦିନେ ଯେଉଁ ଷ୍ଟେସନରେ ଚା ବିକୁଥିଲେ, ଆଜି ସେହି ଷ୍ଟେସନ ପୁନଃନିର୍ମାଣର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

953

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବଡନଗର ରେଳ ଷ୍ଟେସନରେ ଚା ବିକ୍ରି କରୁଥିଲେ   । ଏକଥା ସେ ନିଜେ ୨୦୧୪ ପୂର୍ବରୁ ନିର୍ବାଚନୀ ସଭାରେ କହିଥିଲେ । ସେ ରେଳ ଷ୍ଟେସନର ଚା ଦୋକାନ ଛାଡି ରାଜନୀତିକୁ ଆସିବା ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପରେ ଦେଶର ପ୍ରଧାନମନ୍ତ୍ରୀ ହେବାର ୭ ବର୍ଷ ପରେ ଆଜି ସେହି ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଡିଜିଟାଲ ମାଧ୍ୟମରେ ଉଦଘାଟନ କରିବେ । ଗୁଜୁରାଟର ମେହସାଣା ଜିଲ୍ଲାରେ ଥିବା ଏହି ରେଳ ଷ୍ଟେସନ ମୋଦୀଙ୍କ ନିଜ ସହର ଭାବେ ବେସ୍ ପରିଚିତ ।

ପଶ୍ଚିମ ରେଳ ମଣ୍ଡଳର ରେଳ ପ୍ରବନ୍ଧକ ଦୀପକ କୁମାର ଝା କହିଛନ୍ତି ବଡନଗର ସହର ଧରୋହର ଅଞ୍ଚଳର  ଯେଉଁଥିପାଇଁ ରେଳ ଷ୍ଟେସନର କୋଠାଗୁଡିକୁ ୮.୫ କୋଟି ଟଙ୍କା ବିନିଯୋଗରେ ଐତିହ୍ୟ ଭଳି ସଜାଯାଇଛି ।

ଗୁଜୁରାଟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି କି ରେଳ ଷ୍ଟେସନର ପୁନଃ ନିର୍ମାଣ ସହ ପ୍ରଧାନମନ୍ତ୍ରୀ ଆଜି ଅନେକ ପରିଯୋଜନାର ଉଦଘାଟନ କରିବାକୁ ଯାଉଛନ୍ତି । ଅନ୍ୟପଟେ ଝା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଏହି ରେଳ ଷ୍ଟେସନ ଓ ତାର ଆଖ ପାଖ ଅଞ୍ଚଳ ରେ ଥିବା ଗ୍ରାମ ଗୁଡିକ ପ୍ରସିଦ୍ଧ ତରଙ୍ଗ ପାହାଡର ପାଖା ପାଖି । ଯାହାକି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । ତେଣୁ ଏହି ରେଳ ଷ୍ଟେସନର ପୁନଃନିର୍ମାଣ ହୋଇପାରିଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ।

କୁହାଯାଉଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିତା ଦାମୋଦର ଦାସ ମୋଦୀ ଏହି ରେଳ ଷ୍ଟେସନରେ ଚା ବିକ୍ରି କରୁଥିଲେ । ପ୍ରଧାନମନ୍ତ୍ରୀ ଛୋଟ ବେଳେ ଏହି ଚା ଦୋକାନରେ ବାପାଙ୍କୁ ସହାଯ୍ୟ କରୁଥିଲେ ।