କିଏ ଜିତିବ ପଶ୍ଚିମବଙ୍ଗ ? ପ୍ରଥମ ପର୍ଯ୍ୟାୟରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି ପାଇଁ ଉଦ୍ୟମ

ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କ ଆଜି ପ୍ରଥମ ରାଲି; ମମତା ବି କରିବେ ୩ ରାଲି

156

କନକ ବ୍ୟୁରୋ : ପାଖେଇ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ । ପ୍ରଚାର ପ୍ରସାରରେ କମ୍ପୁଛି ପଶ୍ଚିମବଙ୍ଗ । ନିଜ ଦଳକୁ ଶାସନ ଗାଦିକୁ ଆଣିବାକୁ ଲାଗିଛନ୍ତି ନେତାକର୍ମୀ । ଏହାରି ଭିତରେ ଆଜି ପ୍ରଚାର ମୈଦାନ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମମତା ବିଜେପି ପ୍ରତି ଲଗାଇଥିବା ଆରୋପ ଉପରେ କ’ଣ କହିବେ ମୋଦୀ ସେନେଇ ରହିଛି ସମସ୍ତଙ୍କ ନଜର ।

ମୋଦୀ ୧୧ଟାରେ ପୁରୁଲିୟାରେ ପହଂଚିବା ନେଇ ସୂଚନା ରହିଛି । ୨୦ ମାର୍ଚ୍ଚରେ ହେବାକୁ ଥିବା ରାଲି ୨ ଦିନ ପୂର୍ବରୁ ଆୟୋଜିତ କରାଯାଇଛି । ମୋଦୀ ପ୍ରଥମେ ଆସାମର କରିମଙ୍ଗଜରେ ରାଲି କରିବେ । ଏହା ପରେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବେ ମୋଦୀ ।

ସେପଟେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ଟି ରାଲିରେ ଯୋଗ ଦେବା ନେଇ ସୂଚନା ରହିଛି । ସେପଟେ ମମତାଙ୍କ ରାଲିକୁ ଟକ୍କର ଦେଉଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର କରିବେ । ନନ୍ଦିଗ୍ରାମର ଗୋକୁଲ ନଗରରେ ଶୁଭେନ୍ଦୁ ଅଧିକାରୀ ଜଣେ ଚାଷୀ ଘରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।