କଣ କହିବେ ମୋଦି? ସକାଳ ୯ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

110

ଆଜି ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ମ‌ୋଦୀ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ବୋଲି ତାଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କରିଥିବା ଟୁଇଟ୍‌ରେ ଉଲ୍ଲେଖ ଅଛି, ଆଜି ଶ୍ରୀଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପୂରବ। ଉତ୍ତର ପ୍ରଦେଶର ମହୋବାରେ ଆଜି ପ୍ରଧାନମନ୍ତ୍ରୀ ଜଳସେଚନ ସଂକ୍ରାନ୍ତ କେତେକ ପ୍ରମୁଖ ଯୋଜନାର ଉଦ୍‌ଘାଟନ କରିବେ। ତା’ପରେ ‘ରାଷ୍ଟ୍ରରକ୍ଷା ସମର୍ପଣ ପର୍ବ’ରେ ଯୋଗଦେବାକୁ ସେ ଝାନ୍‌ସୀ ଯିବେ। ଏହି ସବୁ କାର୍ଯ୍ୟକ୍ରମ ପୂର୍ବରୁ, ସକାଳ ୯ଟା ବେଳେ ସେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ।

ସୂଚନାଯୋଗ୍ୟ, ବୁଧବାର ଦିନ ଉତ୍ତର ପ୍ରଦେଶର ଝାନ୍‌ସୀରେ ପ୍ରତିରକ୍ଷା ମନ୍ତ୍ରୀ ତିନି ଦବସୀୟ ‘ରାଷ୍ଟ୍ରରକ୍ଷା ସମର୍ପଣ ପର୍ବ’ରେ ‘ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ’ ଉଦ୍‌ଘାଟନ କରିଥିଲେ। ଆଜି ଏହି ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ପରେ ଏହି ଉଦ୍‌ଯାପନ କରାଯିବ।