ଟ୍ୟାଙ୍କ୍ ଉପରେ ପ୍ରଧାନମନ୍ତ୍ରୀ: କେ୯ ହାୱିତଜର୍ ତୋପରେ ବସି ଯୁଦ୍ଧାସ୍ତ୍ର ନିରୀକ୍ଷଣ କଲେ ମୋଦି, ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ହେଲା ଭାଇରାଲ୍

245

କନକ ବ୍ୟୁରୋ: ତୋପ ଉପରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଗୁଜରାଟ ସୁରାଟ ହାଜିରା ଠାରେ ଏଲ୍ ଆଣ୍ଡ ଟିର ଆର୍ମଡ ସିଷ୍ଟମ କମ୍ପେ୍ଲକ୍ସର ଉଦଘାଟନ ବେଳେ ଆଜି ଦେଖିବାକୁ ମିଳିଛି ଏହି ଚିତ୍ର  । ସୋସିଆଲ୍ ମିଡ଼ିଆରେ ଏହାର ଭିଡ଼ିଓ ଭାଇରାଲ୍ ହୋଇଥିବା ବେଳେ କୋଲକାତାରେ ଆୟୋଜିତ ମୋଦିବିରୋଧୀଙ୍କ ରାଲିକୁ ଏହା ଉଚିତ ଜବାବ୍ ବୋଲି ୟୁଜର୍ ମତ ଦେଇଛନ୍ତି  ।

ଏହେଉଛି ଗୁଜରାଟର ସେହି ଚିତ୍ର, ଯେତେବେଳେ ଏଲ୍ ଆଣ୍ଡ ଟି ଦ୍ୱାରା ପ୍ରସ୍ତୁତ କେ-୯ ହାୱିତଜର୍ ବଜ୍ର ଟ୍ୟାଙ୍କ ଉପରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଆଉ ନିଜର ଚିରାଚରିତ ଶୈଳୀରେ ନେଉଛନ୍ତି ଟ୍ୟାଙ୍କ୍ ଦକ୍ଷତାର ପରୀକ୍ଷା  । ଏ ଚିତ୍ର ଠିକ ସେତିକି ବେଳେ ସାମ୍ନାକୁ ଆସିଛି ଯେତେବେଳେ କୋଲକାତାରେ ମମତା ବାନାର୍ଜିଙ୍କ ନେତୃତ୍ୱରେ ମହାସମାବେଶ କରିଛନ୍ତି ୨୦ ମୋଦିବିରୋଧୀ ଦଳ  । ସେପଟେ ଚାଲିଛି ରାଲି ଏପଟେ ପ୍ରଧାନମନ୍ତ୍ରୀ ନେଉଛନ୍ତି ବଜ୍ର ଟ୍ୟାଙ୍କର ପରୀକ୍ଷାମୂଳକ ପ୍ରମାଣ  । ଏହି ଭିଡ଼ିଓକୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିବା ପରେ ବିରୋଧୀଙ୍କୁ ଏହା କଡ଼ା ଜବାବ୍ କହିଛନ୍ତି ୟୁଜର୍  ।

ଏ ଚିତ୍ର ହେଉଛି ଏଲ୍ ଆଣ୍ଡ ଟି ଆର୍ମରଡ୍ କମ୍ପେ୍ଲକ୍ସ ଉଦଘାଟନର ବେଳର । ପ୍ରଧାନମନ୍ତ୍ରୀ ମୋଦି କମ୍ପେ୍ଲକ୍ସକୁ ଉଦଘାଟନ କରିବା ପରେ ସ୍ୱତନ୍ତ୍ର ଗାଡ଼ିରେବସି ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ନିର୍ମାଣର ନିରୀକ୍ଷଣ କରୁଛନ୍ତି । ଗୋଟିକ ପରେ ଆଉ ଗୋଟିଏ ଯୁଦ୍ଧାସ୍ତ୍ରକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବା ସହ ଅସ୍ତ୍ର ଶସ୍ତ୍ର ସମ୍ପର୍କରେ ପଚାରି ବୁଝୁଛନ୍ତି । ଇନଫ୍ୟାଂଟ୍ରି କମ୍ବାଟ୍ ଭେହିକିଲରୁ ଆରମ୍ଭ କରି ସବୁକିଛି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଆଉ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ  ।

– ଏଲ୍ ଆଣ୍ଡ ଟି ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ୧୦୦ଟି ହାୱିତଜର୍ ତୋପ ତିଆରି କରିବ  ।

– ସାଉଥ୍ କୋରିଆ ସହ ମିଶି କେ-୯ ଥଣ୍ଡର ତୋପର ବିକଳ୍ପ ତିଆରି କରିବ ଏଲ୍ ଆଣ୍ଡ ଟି  ।

ତେବେ ତା ପୂର୍ବରୁ ଏଲ୍ ଆଣ୍ଡ ଟି ଦ୍ୱାରା ପ୍ରସ୍ତୁତ କେ-୯ ହାୱିତଜର୍ ବଜ୍ର ଟ୍ୟାଙ୍କର ନିରୀକ୍ଷଣ କରି ଛନ୍ତି ଖୋଦ୍ ନିଜେ ପ୍ରଧାନମନ୍ତ୍ରୀ  । ସୋସିଆଲ୍ ମିଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୟାଙ୍କରେ ବସିଥିବା ଭିଡ଼ିଓ ଭାଇରାଲ୍ ହୋଇଥିବା ବେଳେ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି  ।