କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ହୋଇଛନ୍ତି ବିଶ୍ୱର ଲୋକପ୍ରିୟ ନେତା । ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଲିଡର ଆପ୍ରୁଭାଲ ସର୍ଭେ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ସହ ସର୍ବାଧିକ ବିଶ୍ୱନେତା ହୋଇଛନ୍ତି । ତାଲିକାରେ ବିଶ୍ୱର ୨୨ ନେତା ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ । ଆଲେନଙ୍କ ଆପ୍ରୁଭାଲ ରେଟିଂ ରହିଛି ୬୪ ପ୍ରତିଶତ ।

Advertisment

ଗତ କିଛି ବର୍ଷ ହେଲା ଏହି ତାଲିକାର ଶୀର୍ଷ ସ୍ଥାନ ଅଧିକାର କରି ଆସୁଛନ୍ତି ମୋଦୀ । ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ଆପ୍ରୁଭାଲ ରେଟିଂ ରହିଛି ୪୦ ପ୍ରତିଶତ । ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ୬୧ ପ୍ରତିଶତ ରେଟିଂ ସହ ତୃତୀୟ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ୪୯ ପ୍ରତିଶତ ରେଟିଂ ସହ ଚତୁର୍ଥ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲ୍ବାନିସ୍ ୪୮ ପ୍ରତିଶତ ରେଟିଂ ସହ ପଂଚମ ସ୍ଥାନରେ ରହିଛନ୍ତି ।