ସମ୍ବିଧାନ ଦିବସରେ ସଂସଦରେ ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । କହିଲେ, ଆମ ସମ୍ବିଧାନ ଦୁନିଆର ସବୁଠୁ ନିରପେକ୍ଷ

ଆଜିର ଦିନ ଅଟେ ଐତିହାସିକ ଦିନ: ୭୦ ବର୍ଷ ପୂର୍ବେ ଆଜି ଦିନରେ ପ୍ରତିଷ୍ଠା ହୋଇଥିଲା ସମ୍ବିଧାନ; ଅଧିକାର ଓ କର୍ତବ୍ୟ ମଧ୍ୟରେ ରହିଛି ଅତୁଟ ସଂପର୍କ

238

କନକ ବ୍ୟୁରୋ: ସମ୍ବିଧାନ ଦିବସରେ ସଂସଦରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆଜିର ଦିନ ଐତିହାସିକ ଦିନ ଅଟେ । ଆମ ସମ୍ବିଧାନ ଦୁନିଆର ସବୁଠୁ ନିରପେକ୍ଷ । ସମ୍ବିଧାନ ଆମ ପାଇଁ ପବିତ୍ରତମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ ଅତୁଟ ସଂପର୍କ ରହିଛି । ସମ୍ବିଧାନ ଆମ ପାଇଁ ସବୁଠୁ ବଡ଼ ଓ ପବିତ୍ର ଗ୍ରନ୍ଥ ଅଟେ । ୭୦ ବର୍ଷ ପୂର୍ବେ ଆଜି ଦିନରେ ସମ୍ବିଧାନ ପ୍ରତିଷ୍ଠା ହୋଇଥିଲା ବୋଲି ଉଦବୋଧନ ଦେଇଛନ୍ତି ମୋଦି ।

ସେ ଆହୁରି ମଧ୍ୟ କହିଛନ୍ତି ,‘ ଅତୀତରୁ ଆମକୁ ଶିକ୍ଷା ନେବା ଉଚିତ, ସ୍ବାଧୀନତା ପରେ ଭାରତର ଲୋକତନ୍ତ୍ର ଅଧିକ ମଜଭୁତ ହୋଇଛି, ସମ୍ବିଧାନ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିଛି।’ ଠିକ୍ ସେହିପରି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଭବନରେ ଆୟୋଜିତ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ସେ ଏହି ଅବସରରେ  ଦେଶ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡକ୍ଟର ଭୀମରାଓ ଆମ୍ବେଦକର ଏହାକୁ ଦାଖଲ କରିଥିଲେ । ସମ୍ବିଧାନର ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା ।ଏହାକୁ ୧୯୫୦ ଜାନୁଆରୀ ୨୬ରେ ପ୍ର୍ରଣୟନ କରାଯାଇଥିଲା । ଏହାର ସପକ୍ଷରେ ସଂସଦର ୨୮୪ ଜଣ ସଦସ୍ୟ ହସ୍ତାକ୍ଷାର କରିଥିଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ ମହିଳା ସଦସ୍ୟା ଥିଲେ । ୨୦୧୫ଠାରୁ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।