ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ସାକ୍ଷାତକାରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କ ମନୋବଳ ବଢାଇଲେ ପ୍ରଧାନମନ୍ତ୍ରୀ

79

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳି ଓ ଆଥଲେଟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ସାକ୍ଷାତକାରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଲିମ୍ପିଆନଙ୍କ ସହ ସାକ୍ଷାତ ବେଳର ଭିଡିଓ ଆଜି ସାମ୍ନାକୁ ଆସିଛି ।

ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଆଗାମୀ ଦିନ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ପଦକ ବିଜେତାଙ୍କ ସହ କଥା ହୋଇଛନ୍ତି ମୋଦି । ଅଲିମ୍ପିକ୍ସ ବେଳର ମୁହୂର୍ତ ସଂପର୍କରେ ପଚାରି ବୁଝିଥିଲେ । ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦଙ୍କ ସହ ମଧ୍ୟ କିଛି ସମୟ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ପାଖାପାଖି ସବୁ ଆଥଲେଟଙ୍କୁ ଉପହାର ଦେଇଥିଲେ ମୋଦି । ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତ ଏଥରକ ମୋଟ ୭ଟି ପଦକ ଜିତିଛି ।