ଧାରା ୩୭୦ ହଟିବା ପରେ ପ୍ରଥମଥର ଜାମ୍ମୁ-କଶ୍ମୀର ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭେଟିଦେଲେ ୨୦ ହଜାର କୋଟି, କହିଲେ ଜମ୍ମୁ-କଶ୍ମୀରରେ ଲେଖାହେଲା ବିକାଶର ନୂଆ ଗାଥା ।

132

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାମ୍ମୁ ଗସ୍ତ ଅବସରରେ ମୋଦି ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଜାତୀୟ ପଂଚାୟତରାଜ ଦିବସ ଉପଲକ୍ଷେ ମୋଦୀ ଜମ୍ମୁ କାଶ୍ମୀରର ପାଲ୍ଲି ପଂଚାୟତରୁ ଦେଶବ୍ୟାପୀ ପଞ୍ଚାୟତକୁ ଉଦବୋଧନ ଦେଇ କହିଛନ୍ତି, ଜମ୍ମୁ କାଶ୍ମୀରରେ ଲେଖାହେଲା ବିକାଶର ନୂଆ କଥା ।

ଜାମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସାମ୍ବା ଜିଲ୍ଲାର ପାଲ୍ଲିରେ ୫ଶହ କିଲୋୱାଟର ଏକ ସୌର ଶକ୍ତି କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିସହ ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ମୋଦୀ ଜମ୍ମୁ କାଶ୍ମୀରର ପାଲ୍ଲି ପଞ୍ଚାୟତରୁ ଦେଶବ୍ୟାପୀ ପଞ୍ଚାୟତଗୁଡ଼ିକୁ ଉଦବୋଧନ ଦେଇଛନ୍ତି । କହିଛନ୍ତି ଜାମ୍ମୁକାଶ୍ମୀରରେ ଗତ ୨ ବର୍ଷରେ ୩୮ ହଜାର କୋଟି ଟଙ୍କାର ନିବେଶ ହୋଇଛି ।

ମୋଦି ଜାମ୍ମୁ କାଶ୍ମୀରରେ ମୋଟ୍ ୨୦ ହଜାର କୋଟିର ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି  ।

• ପାଲିରେ ୫ଶହ କିଲୋୱାଟର ସୌର ଶକ୍ତି ପ୍ଲାଂଟର ଉଦଘାଟନ କରିଥିଲେ  ।

• ଚେନାବ ନଦୀରେ ୮୫୦ ମେଗାୱଟର ରାତଲେ ଜଳବିଦ୍ୟୁତ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

• ଚେନାବ ନଦୀରେ ୫୪୦ ମେଗାୱଟର କୱାର ଜଳବିଦ୍ୟୁତ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

• ୩୧ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ପଥର ଉଦଘାଟନ

• ଦିଲ୍ଲୀ-ଅମ୍ରିତସର-କଟ୍ରା ଏକ୍ସପ୍ରେସ ୱେ ପାଇଁ ଭିତିପ୍ରସ୍ତର ସ୍ଥାପନ

• ସାମ୍ବାରେ ୧୦୮ ଜନଔଷଧୀ କେନ୍ଦ୍ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରର ଯୁବକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଯେଭଳି ଭାବେ ଆପଣଙ୍କ ବାପା, ଜେଜେ ବାପା ସମସ୍ୟା ସାମ୍ନା କରିଛନ୍ତି, ସେଭଳି ସମସ୍ୟା ହେବାକୁ ଦିଆଯିବ ନାହିଁ ।

ସାମ୍ବା ଜିଲ୍ଲାର ପାଲ୍ଲିରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ଭବ୍ୟ ସ୍ୱାଗତ କରାଯାଇଥିଲା  । ସାଧାରଣ ଜନତା ଠାରୁ ରାଜନେତାଙ୍କ ଭିଡ଼ ଲାଗିଥିଲା  । ବହୁ ସଂଖ୍ୟକ ସରପଞ୍ଚ ମଧ୍ୟ ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଦୂରଦୂରାନ୍ତରୁ ଆସିଥିଲେ ।