ଦୀପାବଳିରେ ଚାକିରି ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ନିଯୁକ୍ତି ମେଳା ଉଦଘାଟନ କରି ବାଣ୍ଟିଲେ ୭୫ ହଜାର ନିଯୁକ୍ତି ପତ୍ର

561

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ନେଇ ଆରମ୍ଭ ହୋଇଥିବା ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାର ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୫ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ୮ ବର୍ଷ ଧରି ଦେଶରେ ରୋଜଗାର ଓ ସ୍ୱରୋଜଗାରକୁ ନେଇ ଯେଉଁ ଅଭିଯାନ ଜାରି ରହିଛି ଆଜି ତା ସହିତ ଏକ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ବିକଶିତ ଭାରତର ସଂକଳ୍ପ ଓ ସିଦ୍ଧି ପାଇଁ ଆମେ ଆତ୍ମନିର୍ଭର ଭାରତ ରାସ୍ତାରେ ଚାଲୁଛନ୍ତି । ଏହି କ୍ରମରେ ନିବେଶକ, ଶିଳ୍ପଉଦ୍ୟୋଗୀ, କୃଷକ, କର୍ମଚାରୀ ଓ ଉତ୍ପାଦନକାରୀ ସାଥୀମାନଙ୍କର ଭୂମିକାକୁ ସ୍ୱାଗତ କରୁଛୁ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଥିଲେ କି ଆଜି ଭାରତ ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥାର ଦେଶ ହୋଇପାରିଛି । ପୂର୍ବ ୭-୮ ବର୍ଷ ମଧ୍ୟରେ ଆମେ ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଂଚିପାରିଛୁ ।
ଯୁବକମାନଙ୍କ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ସବୁଠାରୁ ବଡଶକ୍ତି ହେଉଛି ଯୁବବର୍ଗଙ୍କ କୌଶଳ ବିକାଶ ।