କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାମ ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ : କ୍ୟାବିନେଟ ସଂପ୍ରସାରଣର ଗୋଟିଏ ଦିନ ପରେ ବମ୍ବେ ମାଡ୍ରାସ ଓ କାନପୁର ଆଇଆଇଟି ନିର୍ଦ୍ଦେଶକଙ୍କ ସହ ଆଲୋଚନା

412

କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାମ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନରେ ଥିବା ମନ୍ତ୍ରାଳୟରେ ଦେଶର ନୂତନ ଶିକ୍ଷା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ବୈଠକରେ ଯୋଗଦେଇ ଥିଲେ । କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରାପ୍ତ ଆଇଆଇଟି ବମ୍ବେ, କାନପୁର, ମାଡ୍ରାସ,ଓ ବାଙ୍ଗାଲୋର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ନିର୍ଦେଶକମାନଙ୍କ ସହ ମୋଦୀଙ୍କ ଭିଡିଓ କନଫରେନ୍ସିଂ ବୈଠକରେ ଯୋଗଦେଇ ଥିଲେ ।

ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏବେ ଧର୍ମେନ୍ଦ୍ରଙ୍କ କାନ୍ଧରେ ଏକ ବଡ ଦାୟିତ୍ୱ ଆସିଯାଇଛି । କରୋନା କାଳରେ ଦେଶର ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଆଗାମୀ ବର୍ଷରୁ ମାଟ୍ରିକ ଏବଂ ଯୁକ୍ତ ଦୁଇର ଦୁଇଟି ବୋର୍ଡ ପରୀକ୍ଷା ହେବ । ଏହା ଛଡା ଜାତୀୟ ଶିକ୍ଷାନୀତି ଲାଗୁ କରିବା ମୋଦୀ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ । ଏଭଳି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ କାନ୍ଧରେ ଏକ ବଡ ଦାୟିତ୍ୱ ରହିବ ।