କନକ ବ୍ୟୁରୋ: ଗୁରୁବାର ରାତିରେ ହ୍ୱାଇଟ୍‌ ହାଉସ୍‌ରେ ଆୟୋଜିତ ‘ଷ୍ଟେଟ୍‌ ଡିନର୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋରଦୀ ଓ ରାଷ୍ଟ୍ରପତି ବାଇଡେନ୍‌ କିଛି କ୍ଷଣ ମଜାମଉଜ କରିବା ସହିତ ପରସ୍ପରକୁ ‘ଚିୟର୍ସ’ କରିଥିଲେ। କିନ୍ତୁ, ଉଭୟ ନେତା ମଦ୍ୟପାନ କରୁ ନ ଥିବାରୁ ସେମାନଙ୍କ ପାଇଁ ‘ନିଶା’ ବା ‘ଆଲ୍‌କ୍‌ହଲ୍‌’ ମିଶି ନ ଥିବା ମଦ ବରାଦ କରାଯାଇଥିଲା। ଏହି ‘ୱାଇନ୍‌’ (ପଟେଲ୍‌ ରେଡ୍‌ ବ୍ଲେଣ୍ଡ୍‌ ୨୦୧୯) ଆସିଥିଲା ନାପା ଉପତ୍ୟକାରେ ରାଜ୍‌ ପଟେଲ୍‌ଙ୍କ ମାଲିକାନାରେ ଥିବା ‘ୱାଇନେରି’ରୁ।

Advertisment