ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀଙ୍କ ଖାତାରୁ ଫେରିବ ଟଙ୍କା : ୪୨ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ୩ ହଜାର କୋଟି ଆଦାୟ କରିବେ କେନ୍ଦ୍ର ସରକାର

898

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି । ୨ ହଜାର ଟଙ୍କା ଲେଖାଏଁ ୩ କିସ୍ତିରେ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ କ୍ୟାସ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ପହଂଚାଇ ଦେଉଛନ୍ତି । ତେବେ ଏପରି କେତେକ ଲୋକେ ଅଛନ୍ତି ଯେଉଁମାନେ ଏହି ଯୋଜନାରେ ଲାଭ ନେବା ଲାଗି ଅଯୋଗ୍ୟ ।

ତେବେ ଯୋଜନାରେ ସେମାନେ ମଧ୍ୟ ଲାଇ ଉଠାଉଛନ୍ତି । ଏପରି ଲୋକଙ୍କ ଠାରୁ ସରକାର ଟଙ୍କା ଅସୁଲ କରିବା ଲାଗି ଏବେ ଯୋଜନା କରୁଛନ୍ତି । ଚାଷୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଏପରି ୪୨.୧୬ ଲକ୍ଷ ଲୋକେ ଚିହ୍ନଟ ହୋଇଛନ୍ତି । ଯେଉଁମାନେ ଚାଷୀ ନହୋଇ ମଧ୍ୟ କୃଷକ ସମ୍ମାନ ନିଧି ଯୋଜନାରେ ଲାଭ ନେଉଛନ୍ତି । ଏମାନଙ୍କ ଠାରୁ ୯୯୨ ଦଶମିକ ୭୫ କୋଟି ଟଙ୍କା ରିକୋଭରି ଲାଗି ସରକାର ଏବେ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସରକାର ଅନୁସାରେ ଏମାନେ ସେହି ଚାଷୀ ଯେଉଁମାନେ ଆୟକର ରିଟର୍ଣ୍ଣ ଫାଇଲ କରୁଛନ୍ତି । ଏପରି ଚାଷୀଙ୍କ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସଂସଦରେ ସୂଚନା ଦେଇଛନ୍ତି । ଏଥିରେ ଆସାମରେ ସବୁଠୁ ଅଧିକ ରିକୋଭରି ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରୁ ଖୁବ କମ୍ ରିକୋଭରୀ ହେବ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।