କନକ ବ୍ୟୁରୋ : କୃଷକ ଭାଇମାନଙ୍କ ପାଇଁ ଖୁସି ଖବର । ପିଏ କିସାନ ଯୋଜନାରେ ଚାଷି ଭାଇମାନଙ୍କୁ ମିଳିବ ଦୁଇଗୁଣା ପଇସା । ପ୍ରଥମରୁ କେନ୍ଦ୍ର ସରକାର ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏ ଟ୍ରାନ୍ସଫର କରୁଥିଲେ । କିନ୍ତୁ ବର୍ତ୍ତମାନ ଚାଷୀଙ୍କୁ ମିଳିବ ୪ହଜାର ଟଙ୍କା ।

Advertisment

ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମା ନିଧି ଯୋଜନା ଅନୁସାରେ, ସରକାର ଚାଷିଙ୍କୁ ବର୍ଷକୁ ୬୦୦୦ଟଙ୍କାକ ଆର୍ଥିକ ସହାୟତା ଦେଉଛନ୍ତି । ଚାଷିଙ୍କ ରୋଜଗାର ଦୁଇଗୁଣା କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଚାଷିଙ୍କୁ ୧୩ଟି କିସ୍ତିରେ ଟଙ୍କା ପ୍ରଦାନ କରାଯାଇସାରିଛି । ଏବେ ଚାଷି ଆଉ ଏକ କିସ୍ତି ପାଇବା ପାଇଁ ଅପେକ୍ଷାରେ ଅଛନ୍ତି । ୧୪ନମ୍ବର କିସ୍ତିରେ ଚାଷିଙ୍କ ଖାତାକୁ ୪ହଜାର ଟଙ୍କା ଲେଖାଏଁ ପଠାଯିବାର ଯୋଜନା ରଖିଛନ୍ତି କେନ୍ଦ୍ର ସରକାର । ଯଦି କୌଣସି ଚାଷି ୧୩ନମ୍ବର କିସ୍ତି ପାଇନାହାନ୍ତି ତେବେ ସେମାନେ ୧୩ ଓ ୧୪ ନମ୍ବର କିସ୍ତି ଏକାବେଳେ ପାଇପାରନ୍ତି ବୋଲି ସୂଚନାରୁ ଜଣାପଡିଛି ।