ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ : ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଓ ବିଭାଗ ଅଦଳବଦଳ ନେଇ ହୋଇପାରେ ଆଲୋଚନା

କୋଭିଡ ସ୍ଥିତି ଓ ବର୍ଦ୍ଧିତ ତୈଳଦରକୁ ନେଇ ଆଲୋଚନା କରିପାରନ୍ତି ମୋଦି

107

କନକ ବ୍ୟୁରୋ : ଧାନମନ୍ତ୍ରୀ ନରେନ୍ଦ୍ର ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଓ ବିଭାଗ ଅଦଳବଦଳ ନେଇ ଆଲୋଚନା ହୋଇପାରେ । ମୋଦି ସରକାରରୁ ଶିବସେନା ବାହାରିବା ପରେ ଓ ରାମବିଳାସ ପାଶୱାନଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ମନ୍ତ୍ରୀପଦ ନେଇ ଆଲୋଚନା ହୋଇପାରେ ।

ଜୁନ ଶେଷ ଆଡକୁ ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ହେଉଥିବା ଆଗାମୀ ପଦକ୍ଷେପ କ’ଣ ହେବ ଏବଂ ଟିକାକରଣ ସ୍ଥିତି ନେଇ ଆଲୋଚନା କରିପାରନ୍ତି ମୋଦି । ଏସବୁ ଭିତରେ ଦେଶରେ ବର୍ଦ୍ଧିତ ତୈଳଦର ଓ ଜମ୍ମୁ-କାଶ୍ମୀକ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ।