କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଦିନ ୧୨ଟାରେ ପ୍ରକାଶ ପାଇବ ରେଜଲ୍ଟ, ୱେବସାଇଟରେ ବି ହେବ ଉପଲବ୍ଧ ।

171

କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ସୋମବାର ଦିନ ୧୨ଟାରେ ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷା ଫଳ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ଓଡିଶା ରେଜଲ୍ଟ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ସିଏଚଏସଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟରେ ଦିନ ୧୨ଟାରୁ ଉପଲବ୍ଧ ହେବ ।

ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷା ଫଳ ପାଇପାରିବେ । ଚଳିତବର୍ଷ ୯୯ ହଜାର ୧୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷା ଖାତା ଦେଖାରେ ବିଳମ୍ବ ଯୋଗୁଁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଜୁନ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।