ଦୁଇ ବର୍ଷ ପରେ ପରୀକ୍ଷା କେନ୍ଦ୍ରକୁ ଫେରିବେ ପିଲା । କାଲିଠୁ ଯୁକ୍ତ ଦୁଇ ପରୀକ୍ଷା । ଶୁକ୍ରବାରରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା 

142

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କରୋନା ପାଇଁ ଦୁଇ ବର୍ଷ ପରେ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ଦିନକ ପରେ ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୫ ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପ୍ରଚଣ୍ଡ ଖରାକୁ ନଜରରେ ରଖି ପରୀକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯିବ । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯିବ ବୋଲି କୁହାଯାଇଛି ।

  • ୨ ବର୍ଷ ପରେ ପରୀକ୍ଷା କେନ୍ଦ୍ରକୁ ଆସିବେ ପିଲା
  • ଗୁରୁବାରଠାରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ଶୁକ୍ରବାରଠାରୁ ସକାଳ ୮ଟାରୁ ମାଟ୍ରିକ ପରୀକ୍ଷା

ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା  । ୨୦୨୦ ବର୍ଷରେ କରୋନା ଯୋଗୁଁ ପରୀକ୍ଷା ଅଧାରୁ ବାତିଲ ହୋଇଥିବାବେଳେ ୨୦୨୧ରେ ସମ୍ପୂର୍ଣ୍ଣ ବାତିଲ କରାଯାଇଥିଲା  । ଦୁଇବର୍ଷ ପରେ ଛାତ୍ରଛାତ୍ରୀ ଦେବାକୁ ଯାଉଛନ୍ତି ଅଫଲାଇନ ପରୀକ୍ଷା  ।

ପରୀକ୍ଷା ହଲରେ ବସିବେ ପିଲା 

  • ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା
  • ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ
  • ମୋଟ ୧ ହଜାର ୧୩୩ଟି କେନ୍ଦ୍ରରେ ହେବ ପରୀକ୍ଷା
  • କଳାରେ ୨ ଲକ୍ଷ ୧୩ ହଜାର ୪୩୨ ପରୀକ୍ଷାର୍ଥୀ
  • ବିଜ୍ଞାନ ପରୀକ୍ଷା ଦେବେ ୭୮ ହଜାର ୭୭ ଛାତ୍ରଛାତ୍ରୀ
  • ବାଣିଜ୍ୟରେ ୨୪ ହଜାର ୧୩୬ ପିଲା ପରୀକ୍ଷା ଦେବେ
  • ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ

ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ ପରୀକ୍ଷା ସମୟ ସ୍ଥିର କରାଯାଇଛି । କିନ୍ତୁ ପରୀକ୍ଷାର୍ଥୀଙ୍କୁ ୮ଟାରୁ ୮ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ଛଡାଯିବ  । କୋଭିଡ ଓ ଖରାକୁ ଦୃଷ୍ଟିରେ ରଖି ବନ୍ଦୋବସ୍ତ କରାଯିବ । ପର୍ଯାପ୍ତ ପାଣି ମହଜୁଦ ରଖିବା ସହ ନିରବଚ୍ଛିନ ବିଜୁଳି ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏପ୍ରିଲ ୨୯ରୁ ମେ ୬ ଯାଏଁ ସକାଳ ୮ଟାରୁ ୧୦ଟା ହେବ ମାଟ୍ରିକ ପରୀକ୍ଷା । କୋଭିଡ ଓ ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନା କରିବାକୁ ନିଷ୍ପତ୍ତି କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା

  • ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା
  • ୫ ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ
  • ୩୫ ହଜାରରୁ ଅଧିକ ଶିକ୍ଷକ ପରୀକ୍ଷା ପରିଚାଳନା କରିବେ
  • ହିଟୱେଭକୁ ଆଖିରେ ରଖି ନିରବଚ୍ଛିନ୍ନ ବିଜୁଳି ଓ ପାଣି ବ୍ୟବସ୍ଥା କରାଯିବ
  • ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇପାରିବେ ନାହିଁ ଛାତ୍ରଛାତ୍ରୀ
  • କପି ରୋକିବାକୁ ୩୮ଟି ସ୍କ୍ୱାର୍ଡ ଗଠନ କରିଛି ବୋର୍ଡ
  • ମୋଟ୍  ୩୩୦୩ କେନ୍ଦ୍ର ଓ ୩୧୫ ନୋଡାଲ ସେଣ୍ଟର କରାଯାଇଛି