ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ! ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବିଜେବି ଆଗୁଆ

47

କନକ ବ୍ୟୁରୋ : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନର ପ୍ରଥମ କଟ ଅଫ ମାର୍କ ଆଜି ପ୍ରକାଶ ପାଇଛି । ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ପ୍ରଥମ ଓ ବିଜେବି ଜୁନିୟର କଲେଜ ଦ୍ୱିତୀୟ ସ୍ଥାନରେ ଅଛି । ବାଣିଜ୍ୟରେ ବିଜେବି କଲେଜ ପ୍ରଥମରେ ଥିବାବେଳେ ରେଭେନ୍ସା ଦ୍ୱିତୀୟରେ ଅଛି । କଳାରେ କଟକର ଶୈଳବାଳା ଜୁନିୟର କଲେଜ ପ୍ରଥମରେ ରହିଛି ।

ବିଜ୍ଞାନରେ ରେଭେନ୍ସା ସର୍ବାଧିକ ୯୩.୧୭ପ୍ରତିଶତ, ବିଜେବି ୯୨.୬୭ ପ୍ରତିଶତ ରହିଛି । ବାଣିଜ୍ୟରେ ବିଜେବି ସର୍ବାଧିକ ୮୩.୬୦ପ୍ରତିଶତ କଟ୍ ଅଫ ଥିବାବେଳେ କଳାରେ ୭୮.୮୩ପ୍ରତିଶତ ସହ ପିପିଲି କଲେଜ ପ୍ରଥମ ସ୍ଥାନରେ ରହିଛି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍ ୧୬ରୁ ୧୯ତାରିଖ ପର୍ଯ୍ୟନ୍ତ ହେବ ।

ଜୁନ୍ ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ବାହାରିବ । ଏଥିପାଇଁ ଜୁନ୍ ୨୪ରୁ ୨୮ ପର୍ଯ୍ୟନ୍ତ ନାମଲେଖା ହେବ । ସେହିପରି ଜୁଲାଇ ୩ରେ ବାହାରିବ ତୃତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ଏହି ପର୍ଯ୍ୟାୟରେ ମେରିଟ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୫ ଓ ୬ରେ ନାମଲେଖାଇବେ ଏବଂ ଜୁଲାଇ ୬ରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।