ପାକିସ୍ତାନ ଜେଲରୁ ମୁକୁଳିବା ପରେ ହମିଦ୍ ଅନସାରୀଙ୍କ ଭାରତୀୟ ଯୁବପିଢୀଙ୍କୁ ଆହ୍ୱାନ । ସୋସିଆଲ ମିଡିଆରୁ ଦୁରେଇ ରହିବାକୁ ଦେଲେ ପରାମର୍ଶ

ଫେସବୁକ ପ୍ରେମରେ ପଡ ନାହିଁ : ହମିଦ ଅନସାରି

253

କନକ ବ୍ୟୁରୋ : ପାକିସ୍ତାନ ଜେଲରୁ ମୁକୁଳିବା ପରେ ଇଂଜିନିୟର ହମିଦ ଅନସାରିଙ୍କ ଯୁବପିଢୀଙ୍କୁ ଆହ୍ୱାନ । ଫେସବୁକ ପ୍ରେମରେ ପଡ ନାହିଁ । ଜୀବନର ସବୁ କଥାକୁ ବାପାମାଙ୍କୁ କହିବା ଦରକାର । ନିଜ ଜୀବନର ଉଦାହରଣ ଦେଇ ଅନସାରି କହିଛନ୍ତି ଫେସବୁକ ପ୍ରେମ ତାଙ୍କ ଜୀବନକୁ ନଷ୍ଟ କରିଦେଲା । ୨୦୧୨ ନଭେମ୍ବର ୫ ତାରିଖରେ ଭାରତ ଛାଡିଥିଲେ ୩୩ ବର୍ଷୀୟ ଇଂଜିନିୟର ଅନସାରୀ । ଫେସବୁକରେ ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡି ସେ ଆଫଗାନିସ୍ତାନ ବାଟ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ । ତେବେ ଏହି ପ୍ରବେଶ ବେଆଇନ ଥିଲା । ପାକିସ୍ତାନ ମିଲିଟାରୀ କୋହାଟରେ ୨୦୧୨ ନଭେମ୍ବରରେ ଗିରଫ କରିଥିଲା ।

 

୨୦୧୫ ଡିସେମ୍ବର ୧୫ ତାରିଖରେ ତାଙ୍କୁ ୩ବର୍ଷ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା । ୬ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଗୁରୁବାର ଭାରତ ଫେରିଥିଲେ ଅନସାରୀ । ତେବେ ଭାରତ ଫେରିବା ପରେ ୱାଘା ବର୍ଡରରେ ତାଙ୍କ ବାପା ଓ ମାଙ୍କୁ ଭେଟିଥିଲେ ହମିଦ । ଏହାପରେ ସେ ସୁଷମା ସ୍ୱରାଜଙ୍କୁ ଭେଟିଥିଲେ । ସୁଷମା ତାଙ୍କୁ ଭାରତ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ ହମିଦ । ତେବେ ମିଳିଥିବା ସୂଚନା ଅନୁସାରେ ହମିଦ ମୁମ୍ବାଇ ଘରେ ପହଂଚିବା ବେଳକୁ ପାଖ ପଡୋଶୀମାନେ ତାଙ୍କୁ ସ୍ୱାଗତ କରିଥିଲେ ।