ବିଗ ବି’ଙ୍କ ଭୂମିକାରେ ନଜର ଆସିବା ସବୁଠୁ କଷ୍ଟକର : ଶିଳ୍ପା ଶେଟ୍ଟୀ

121

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଫିଲ୍ମମେକର ଫରାହ ଖାନଙ୍କର ଟେଲିଭିଜନ ସୋ’ ‘ଲିପ୍ ସିଙ୍ଗ ବାଟଲ’ ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ । ଶିଳ୍ପା କହିଛନ୍ତି , ତାଙ୍କ ପାଇଁ ଅମିତାamitabha-silpa--ଭଙ୍କ ଭୂମିକା ନିଭାଇବା ଜୀବନର ସବୁଠୁ କଠିନ କାମ । ଶିଳ୍ପା ବୁଧବାର ଦିନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଅମିତାଭଙ୍କ ‘ଚୁମା ଚୁମା ଦେଦେ’ ଗୀତରେ ଅମିତାଭଙ୍କ ଅନ୍ଦାଜରେ ଦେଖାଯାଉଛନ୍ତି ।

ଅଭିନେତ୍ରୀ ଏହି ଫଟୋ ସହ ସେୟାର କରିଥିବା ଏକ ମେସେଜରେ କହିଛନ୍ତି, ‘ଅମିତାଭଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିଙ୍କ ଭୂମିକା କରିବା ମୋ ପାଖରେ ଏକ ସାହସ କେମିତି ଆସିଲା ଜାଣିନି । ବହୁତ ଚିନ୍ତାରେ ଥିଲି । ଫରାହ ମୋତେ ଏମିତି କରିବା ପାଇଁ କହିଥିଲେ । ’ ଶିଳ୍ପା କହିଛନ୍ତି, ‘ମୁଁ ସଂପୂର୍ଣ୍ଣ ଭାବେ ଏହି ଚରିତ୍ରରେ ହଜିଯାଇଥିଲି । ଅମିତାଭଙ୍କ ପାଇଁ ଏହା ମୋର ଭଲପାଇବା ଅଟେ । ଏହା ମୋ ଜୀବନର ସବୁଠୁ କଠିନ କାମ ଅଟେ ।’

ଟେଲିଭିଜନ ଚ୍ୟାନେଲ ‘ଷ୍ଟାର ପ୍ଲସ’ ରେ ପ୍ରସାରିତ ହେବାକୁ ଥିବା ‘ଲିପ୍ ସିଙ୍ଗ ବାଟଲ’ ଏକ ଅନ୍ତରାଷ୍ଟ୍ରୀୟ ସୋ’ ‘ଲିପ୍ ସିଙ୍ଗ ବାଟଲ’ ର ଭାରତୀୟ ସଂସ୍କରଣ ଅଟେ । ଏହି ସୋ’ରେ କେବଳ ବଲିଉଡର ନୁହେଁ ଟେଲିଭିଜନ ଓ ଖେଳଜଗତର ବଡବଡ ବ୍ୟକ୍ତିମାନେ ଭାଗ ନେଉଛନ୍ତି ।