ସାବଧାନ୍‌ . . ଆକ୍ସନ ଭିଡ଼ିଓ ଗେମ୍‌ ଆପଣଙ୍କୁ କରିଦେଇପାରେ ପାଗଳ !

49

ଆକ୍ସନ ଭିଡ଼ିଓ ଗେମ୍ ଖେଳୁଛନ୍ତି କି ? ସାବଧାନ୍ ! ଏହା ଆପଣଙ୍କୁ କରିଦେଇପାରେ ପାଗଳ । ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ଆକ୍ସନ ଭିଡ଼ିଓ ଗେମ୍‌ ଖେଳୁଅଛନ୍ତି , ତେବେ ଆପଣଙ୍କ ପାଇଁ ସତର୍କ ରହିବା ଅନିବାର୍ଯ୍ୟ ଅଟେ। ଆଉ ଯଦି ଆପଣ ଆପଣଙ୍କର ଏହି ଅଭ୍ୟାସକୁ କମ୍‌ ନ କରନ୍ତି, ତାହାଲେ ଏହା ଆପଣଙ୍କ ମସ୍ତିଷ୍କରେ ରହିଥିବା ଆପଣଙ୍କର ଗ୍ରେ ମିଟର୍‌କୁ କମ୍‌ କରିବା ସହ ଆପଣଙ୍କର ଅଣ୍ଟା ଏବଂ ଆଙ୍ଗୁଠିରେ ଦରଜ ବି କରାଇଥାଏ। କାହିଁକିନା ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଆକ୍ସନ ଭିଡ଼ିଓ ଗେମ୍‌ ଖେଳିବା ଦ୍ୱାରା ବ୍ୟକ୍ତିକୁ ମାନସିକ ଉତ୍ତେଜନା, ସିଜୋଫ୍ରୋନିୟା ବା (ଏକ ପ୍ରକାରର ପାଗଳପଣ) ଏବଂ ଉଲ୍ଜାଇମର୍‌ ଭଳି ରୋଗ ହେବାର ବିପଦ ରହିଥାଏ। ଏକ ନୂଆ ଅଧ୍ୟୟନରୁ  ଏହା ଜଣାଯାଇଛି।

ଏକ ଜର୍ନାଲରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନ ଅନୁସାରେ,କାନାଡ଼ା ୟୁନିଭର୍ସିଟି ଅଫ୍‌ ମାଟ୍ନିୟଲର ଅନୁସନ୍ଧାନକର୍ତ୍ତା ଜଣାଇଛନ୍ତି ଯେ ବ୍ୟକ୍ତି ଆକ୍ସନ ଭିଡ଼ିଓ ଗେମ୍‌ ଆଦିକୁ ଖେଳିବା ଯୋଗୁଁ ତାହାର ହିପ୍ପୋକୈମ୍ପସରେ ଗ୍ରେ ମିଟର୍‌ କମ୍‌ ହୋଇଥାଏ । ଏହି ହିପ୍ପୋକୈମ୍ପସ ମସ୍ତିଷ୍କର ଏପରି ଏକ ଅଂଶ ଅଟେ, ଯାହାକି ତାହା ମନରେ ଅତୀତର ସମସ୍ତ ଅନୁଭବକୁ ସ୍ମରଣ ରଖିବାରେ  ସାହାଯ୍ୟ କରିଥାଏ । ଏଥିସହିତ ମଧ୍ୟ ଯେଉଁ ବାଳକ ହିଂସାତ୍ମକ  ବିଷୟ ଥିବା ଭିଡ଼ିଓ ଗେମ୍‌ ବା ଟିଭି ସୋ’କୁ ଦେଖିଥାଆନ୍ତି,ସେମାନେ କ୍ରମଶଃ ରାଗୀ ସ୍ୱଭାବର ହୋଇ ଉଠନ୍ତି । ଏତଦବ୍ୟତୀତ ଯେଉଁ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ ଭିଡ଼ିଓ ଗେମ୍‌ ଖେଳନ୍ତି, ତାଙ୍କର ଆଙ୍ଗୁଠି ,ପାପୁଲି ଏବଂ ହାତରେ ଦରଜ ହେବାକୁ ଲାଗିଥାଏ।