କନକ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ପାଇଁ ଭୁବନେଶ୍ୱରରେ ପହଂଚିଲେ ଖେଳାଳି । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଡ଼ା ସୁରକ୍ଷା ଭିତରେ ଖେଳାଳିମାନଙ୍କୁ ହୋଟେଲ ମେ ଫେୟାରକୁ ନିଆଯାଇଥିଲା । ହୋଟେଲରେ ଖେଳାଳିମାନଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା । ଆସନ୍ତା କାଲିଠାରୁ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ ଲିଗ୍ କ୍ରିକେଟ୍ ପର୍ଯ୍ୟାୟ ଆରମ୍ଭ ହେବ । ସନ୍ଧ୍ୟା ସାଢ଼େ ୭ଟା ବେଳେ ଭିଲାୱାରା କିଙ୍ଗସ୍ ଓ ମଣିପାଲ ଟାଇଗର୍ସ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆସନ୍ତାକାଲି ପର୍ଯ୍ୟାୟକ୍ରମେ ଦୁଇ ଦଳ ଅଭ୍ୟାସ କରିବେ । ସେହିପରି ୨୭ ତାରିଖରେ ଭିଲୱାରା କିଙ୍ଗସ୍ ଓ ଗୁଜରାଟ ଜାଏଂଟସ୍ ମଧ୍ୟରେ ଖେଳାଯିବ । ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଇରଫାନ୍ ପଠାନ୍, ୟୁସୁଫ ପଠାନ, ଗୌତମ ଗମ୍ଭୀରଙ୍କ କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମିବ ।