ଜଳ ସହିତ ପରିବେଶକୁ ଦୂଷିତ କରୁଛି ପ୍ଲାଷ୍ଟିକ ! ଆସିଲା ସାଂଘାତିକ ତଥ୍ୟ, ଜାଣନ୍ତୁ କେତେ ଦୁର ସଫଳ ହେବ ବ୍ୟାନ ନିଷ୍ପତି ।

84

ପ୍ଲାଷ୍ଟିକ ଦ୍ୱାରା ଦିନକୁ ଦିନ ପରିବେଶ ପ୍ରଦୂଷଣ ହେବାକୁ ଲାଗୁଛି । ଖାସ କରି ଭାରତରେ ପ୍ଲାଷ୍ଟିକ ଆବର୍ଜନା କାରଣରୁ ପରିବେଶ ଦୂଷିତ ହେଉଛି । କେବଳ ସେତିକି ନୁହେଁ ପ୍ଲାଷ୍ଟିକ ଦ୍ୱାରା ଜଳ ବାୟୁ ମଧ୍ୟ ପ୍ରଦୂଷଣ ହେବାକୁ ଲାଗିଲାଣି । ପରିବେଶକୁ ସୁସ୍ଥ ରଖିବା ପାଇଁ ଭାରତର ଅନେକ ରାଜ୍ୟରେ ପ୍ଲାଷ୍ଟିକୁ ବ୍ୟାନ କରିଦିଆଗଲାଣି । ଏହା ସତ୍ୱେ ମଧ୍ୟ ଭାରତରେ ପ୍ଲାଷ୍ଟିକ ଆବର୍ଜନାର ୧୦୦ ପ୍ରତିଶତରୁ ମାତ୍ର ୬୦ ପ୍ରତିଶତ ଅଂଶ ନବିକରଣ ହୋଇପାରୁଛି । ଆଉ ୪୦ ପ୍ରତିଶତ ଅଂଶ ଜଳାସୟ ଏବଂ ମାଟିକୁ ପ୍ରଦୂଷିତ କରୁଛି । ପରିବେଶ ପରିବର୍ତନ ମନ୍ତ୍ରଣାଳୟ ଦ୍ୱାରା ସଂସଦରେ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏପରି କିଛି ତଥ୍ୟ ସମ୍ନାକୁ ଆସିଛି । ପରିବେଶ ପରିବର୍ତନ ମନ୍ତ୍ରୀ ମହେଶ ଶର୍ମା କେନ୍ଦ୍ରିୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏକ ରିପୋର୍ଟ ମାଧ୍ୟମରେ କହିଛନ୍ତି, ଦେଶରେ ପ୍ଲାଷ୍ଟିକ ଆବର୍ଜନା ପ୍ରତିଦିନ ବଢିବାରେ ଲାଗିଛି ।

ସେ କହିଛନ୍ତି ଗତ କିଛିଦିନ ତଳେ ଦେଶର ୬୦ଟି ବଡ ସହରରେ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ସର୍ବାଧିକ ପ୍ଲାଷ୍ଟିକ ପରିବେଶକୁ ପ୍ରଦୂଷଣ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛି । ଏହି ରିପୋର୍ଟରେ ଏହା ମଧ୍ୟ ଜଣା ପଡିଛି କି, ସହରରେ ପ୍ରତିଦିନ ୪,୦୫୯ ଟନ ପ୍ଲାଷ୍ଟିକ ଆବର୍ଜନା ବାହାରୁଥିବା ବେଳେ ସାରା ଦେଶରେ ୨୫,୯୪୦ ଟନ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି । ଏଥି ମଧ୍ୟରୁ ୬୦ ପ୍ରତିଶତ ପ୍ଲାଷ୍ଟିକକୁ ନବିକରଣ କରାଯାଇ ପାରୁଥିବା ବେଳେ ଆଉ ୪୦ ପ୍ରତିଶତ ପ୍ଲାଷ୍ଟିକକୁ ଏକାଠି କରାଯାଇ ପାରୁନାହିଁ । ଯାହା ଫଳରେ ସେଗୁଡିକ ଆବର୍ଜନା ଆକାରରେ ଜଳବାୟୁରେ ମିଶି ପରିବେଶକୁ ଦୂଷିତ କରୁଛି ।

ସୂଚନା ମୁତାବକ, ପ୍ଲାଷ୍ଟିକକୁ ପୁନଃକରଣ କରାଯାଇ ପାରୁନଥିବାରୁ ଏହା ଭବିଷ୍ୟତ ପାଇଁ ଏକ ଟାଇମ ବମର ଆକାର ନେବ ବୋଲି ଅନୁମାନ କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହେସ ଶର୍ମା କହିଛନ୍ତି, ମନ୍ତ୍ରଣାଳୟ ପ୍ଲାଷ୍ଟିକ ଆବର୍ଜନା ପ୍ରବନ୍ଧନ ନିୟମ ୨୦୧୬ ଅଧିସୂଚି ୫୦ ମାଇକ୍ରୋନରୁ କମ ଆକାରର ପ୍ଲାଷ୍ଟିକ କ୍ୟାରି ବ୍ୟାଗ ଏବଂ ଅନ୍ୟ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ୨୧ଟି ରାଜ୍ୟ ଏବଂ ସ୍ୱୟଂ ସାସିତ ଅଞ୍ଚଳ ଗୁଡିକରେ ଲାଗୁ କରାଯାଇଛି । ଏଥି ସହିତ ସଡକ ନିର୍ମାଣ, ସିମେଟ ଭାଟି ଏବଂ ଘର ନିର୍ମାଣରେ ମଧ୍ୟ ପ୍ଲାଷ୍ଟିକ ଆବର୍ଜନାକୁ ବ୍ୟବହାର କରିବା ପାଇଁ ନୂଆ ନୂଆ ଜ୍ଞାନ କୌସଳ ମାନ ବ୍ୟବସ୍ଥା କରାଯାଉଛି ।