ଅକ୍ଟୋବର ୨ରୁ ପ୍ଲାଷ୍ଟିକ ଉପରେ କଟକଣା । ପ୍ରଥମ ପର୍ଯ୍ୟାୟରେ ୫ ମହାନଗର ଓ ପୁରୀରେ ବନ୍ଦ ହେବ ପ୍ଲାଷ୍ଟିକ

57

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୨ତାରିଖରୁ ବନ୍ଦ୍ ହେବ ପ୍ଲାଷ୍ଟିକ ବ୍ୟବହାର । ପ୍ଲାଷ୍ଟିକ୍ ବ୍ୟାନ ପାଇଁ ପଦକ୍ଷେପ ନେବାକୁ ଆଜିି ୫ଟି ଜିଲ୍ଳାର ଜିଲ୍ଳାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସରକାରଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ, ଜିଲ୍ଳାର ପୋଲିସ ଏସପି, ମୁମନସିପାଲିିଟି କମିଶନର ବା ମୁନସିପାଲିଟି ଅଧିକାରୀ, ଆଂଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ବୋର୍ଡ ଅଥିକାରୀଙ୍କ ସହ ଆଲୋଚନା କରିବାକୁ ଚିଠିରେ କୁହାଯାଇଛି । ଏହା ସହିତ ଲୋକମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

plASTIC LAW
image courtesy-https://www.newscientist.com

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ପୁରୀ ୬ଟି ମହାନଗରରେ ଏହା ଲାଗୁ କରାଯିବ । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହା ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ଲାଗୁ କରାଯିବ । ଏଥିପାଇଁ ଗତ ୪ ତାରିଖରୁ ଏକ ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି । ନିୟମ ଅନୁସାରେ ଏହି ସବୁ ଅଂଚଳରେ ପ୍ଲାଷ୍ଟିକ ପଲିଥିନର କେହି ଉତ୍ପାଦନ, ବିକ୍ରି ଓ ବ୍ୟବହାର କରିପାରିବେ ନାହିଁ । ପଲିଥିନ ସହିତ, ୫୦୦ ମିଲିଲିଟରରୁ କମ ପ୍ଲାଷ୍ଟିକ ପାଣି ବୋତଲ, ଖାଇବା ପ୍ଲେଟ, ଗ୍ଲାସ , ଚାମଚ ଆଦିର ବ୍ୟବହାର ମଧ୍ୟ ହୋଇପାରିବ ନାହିଁ । ଏଥିସହ ଥର୍ମକୁଲରେ ନିର୍ମିତ ଘରସଜା ସାମଗ୍ରୀ ଉପରେ ମଧ୍ୟ କଟକଣା ଲାଗିଛି ।
ତେବେ ବ୍ୟବସାୟୀ ମାନେ ୫୦ ମାଇକ୍ରନରୁ ଅଧିକ ମୋଟେଇର ପଲିଥିନକୁ ଟ୍ରାନ୍ସପୋର୍ଟିଂ ଏବଂ ପ୍ୟାକେଜିଂରେ ବ୍ୟବହାର କରିପାରିବେ । ଏବଂ ଚାରା ପ୍ରସ୍ତୁତ କରୁଥିବା ନର୍ସରୀ, ହର୍ଟିକଲଚର, ଚାଷ ସାମଗ୍ରୀ ନେବା ଆଣିବା ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପରେ କଟକଣା ରହିବ ନାହିଁ । ଏଥିସହିତ ଔଷଧ, ରକ୍ତଥଳୀ, ସିରିଂଜ, ମେଡିକାଲ ଇନଷ୍ଟ୍ରୁୁମେଂଟ ପାଇଁ ବ୍ୟବହାର ହେଉଥିବା ପଲିଥିନ କିମ୍ବା ଅନ୍ୟ ପ୍ଲାଷ୍ଟିକ ସାମଗ୍ରୀ ଏଥିରେ ଅନ୍ତର୍ଭୁକ୍ତ ହେବ ନାହିଁ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପ୍ଲାଷ୍ଟିକ ପଲିଥିନ ନେଇ ଯାଇପାରିବେ ନାହିଁ ।