କରୋନା ଚିକିତ୍ସାରେ କାମ ଦେଉ ନାହିଁ ପ୍ଲାଜମା ଥେରାପି । ଲାନସେଟ ମେଡିକାଲ ଜର୍ଣ୍ଣାଲର ପ୍ରକାଶ ପାଇଲା ରିପୋର୍ଟ

137

କନକ ବ୍ୟୁରୋ : କରୋନା ଚିକିତ୍ସାରେ କାମ ଦେଉନାହିଁ ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଉପରେ ପ୍ରଶ୍ନ ଉଠାଇଛି ଲାନସେଟ୍ ମେଡିକାଲ ଜର୍ଣ୍ଣାଲ । ଲାନସେଟ୍ ପକ୍ଷରୁ କୁହାଯାଇଛି, ୧୬ ହଜାର ରୋଗୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ରୋଗୀଙ୍କ ଉପରେ ପ୍ଲାଜମା ଥେରାପିର କି ପ୍ରକାର ପ୍ରଭାବ ପଡୁଛି, ଏ ନେଇ ଅନୁଧ୍ୟାନ କରାଯାଇଥିଲା ।
ତେବେ ଏହି ଚିକିତ୍ସାରେ ବିଶେଷ କିଛି ପ୍ରଭାବ ପରିଲଖିତ ହୋଇନଥିବା କହିଛି ଲାନସେଟ୍ । ପ୍ରଥମ ଲହରରେ ପ୍ଲାଜା ଥେରାପିକୁ କରୋନା ବିରୋଧୀ ଲଢ଼େଇରେ ବଡ଼ ଅସ୍ତ୍ର ଭଳି ବ୍ୟବହାର କରା ଯାଉଥିଲା । କରୋନାରେ ପୀଡିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ଦେହରେ ଆଂଟିବଡି ସୃଷ୍ଟି ହେଉଥିବା ବେଳେ ସେମାନଙ୍କୁ ପ୍ଲାଜମା ଦାନ କରିବାକୁ କୁହାଯାଉଥିଲା । ଏହି ପ୍ଲାଜମା, କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିଲା । ପ୍ଲାଜମା ନେବା ପରେ ଗୁରୁତର ରୋଗୀ ସୁସ୍ଥ ହେଉଥିବା ନେଇ ଖବର ପ୍ରକାଶ ପାଉଥିଲା । ତେବେ ପ୍ଲାଜମା ଥେରାପିକୁ ନେଇ ପ୍ରଥମରୁ ହିଁ ବିତର୍କ ହୋଇଆସିଛି । ଏବେ ଗବେଷଣା ପରେ ଏହା ରୋଗୀଙ୍କ ଉପରେ ବିଶେଷ ପ୍ରଭାବ ପକାଉନାହିଁ ବୋଲି କହିଛି ଲାନସେଟ୍ ମେଡିକାଲ ଜର୍ଣ୍ଣାଲ । ଏପଟେ କରୋନା ଚିକିତ୍ସା ଗାଇଡଲାଇନରୁ ପ୍ଲାଜମା ଥେରାପିକୁ ବାଦ ଦିଆଯାଇପାରେ ବୋଲି ସୂଚନା ମିଳିଛି । ଏ ନେଇ ଖୁବଶୀଘ୍ର ନିଷ୍ପତି ନିଆଯିବ ।