ଆପଣ ଜାଣିଛନ୍ତି କି? ପିଜ୍ଜା ଠାରୁ ମଧ୍ୟ ଅଧିକ କ୍ଷତିକାରକ ପିଜ୍ଜା ବକ୍ସ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

51

ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ପିଜ୍ଜା ସମସ୍ତଙ୍କର ପ୍ରିୟ ଫାଷ୍ଟ ଫୁଡ୍ । ଆପଣ ଶୁଣିଥିବେ ନିଶ୍ଚୟ ପିଜ୍ଜା ପାଟି କୁ ଯେତେ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ସେତିକି କ୍ଷତିକାରକ ମଧ୍ୟ । ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ବକ୍ସ ଭିତରେ ପିଜ୍ଜା ରହେ, ତାହା ବି କମ୍ କ୍ଷତିକାରକ ନୁହେଁ । ଏହି ପିଜ୍ଜା ବକ୍ସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଯଦି ଆପଣ ଗରମ ଗରମ ପିଜ୍ଜା ଅର୍ଡର କରୁଛନ୍ତି, ତେବେ ଥରେ ଏହି ଖବର ପଢ଼ି ନିଅନ୍ତୁ । ଜାଣନ୍ତୁ କେମିତି ଏହି ପିଜ୍ଜା ବକ୍ସ ଆପଣଙ୍କୁ କ୍ଷତି ପହଂଚାଇପାରେ ।

• ପିଜ୍ଜା ବକ୍ସ କ୍ଷତିକାରକ ରିସାଇକିଲ୍ଡ ମ୍ୟାଟେରିଆଲରେ ତିଆରି ହୋଇଥାଇପାରେ । ଏଥିରେ ଥିବା ବିଷାକ୍ତ ରଙ୍ଗ, ଅଠା ଇତ୍ୟାଦ ଏହା ମଧ୍ୟକୁ ପ୍ରବେଶ କରେ । ଯେତେବେଳେ ତାହା ଗରମ ଥାଏ ।

• ପିଜ୍ଜା ବକ୍ସରେ ‘ଡିଆଇବିପି’ ନାମକ ଏକ କେମିକାଲ ଥାଇପାରେ, ଯାହା ଖାଦ୍ୟ ମାନକ ସଂସ୍ଥା ଅନୁସାରେ ‘ ମାନବ ପ୍ରଜନନ ବିକାଶ’ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ ।

• ଫୁଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ ଅନୁସାରେ, ପିଜ୍ଜା ବକ୍ସରେ ତିନୋଟି ପଦାର୍ଥ ଥାଏ, ଯାହା ଭୋଜନର ସଂସ୍ପର୍ଶରେ ଆସିପାରେ । ଏବଂ ବକ୍ସରେ କୋଟିଙ୍ଗ ପାଇଁ ଦାୟୀ ହୋଇଥାଏ । ଏହି ତିନୋଟି ଯାକରେ ପରଫ୍ଲୁରୋକାଇଲିଲ ଏଥିଲ ଥାଏ । ଯାହାକି ପେଫ୍ଲୁରୋକ୍ସାଇଲ ପଦାର୍ଥ, ଶରୀରରେ କ୍ୟାନସର ଏବଂ ଅନ୍ୟାନ୍ୟ ବିପଦ ବଢ଼ିଯାଏ ।