ପିପିଲି ଉପନିର୍ବାଚନ : ଜିତିବ କିଏ ? ମତଦାନ ପରେ ନେତାଙ୍କ ପ୍ରତିକ୍ରିୟା

190

କନକ ବ୍ୟୁରୋ : ପିପିଲି ଉପନିର୍ବାଚନରେ ରେକର୍ଡ ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ଦଳ । ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି, ପିପିଲି ବାସୀ ଏଥର ବିଜେପି ସପକ୍ଷରେ ମତଦାନ କରିଥିବା ନେଇ ସେମାନେ ଆଶାବାଦୀ ଅଛନ୍ତି । ସେପଟେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ଦାସ କହିଛନ୍ତି ଗତଥର ଅପେକ୍ଷା ଏଥର ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ । ପିପିଲିରେ ଏଥର ୭୮.୨୪ ପ୍ରତିଶତ ଭୋଟିଂ ହୋଇଛି । ସାଧାରଣ ନିର୍ବାଚନରେ ୭୬ ପ୍ରତିଶତ ଭୋଟିଂ ହୋଇଥିଲା  । ଆସନ୍ତା ୩ରେ ଭୋଟ ଗଣତି କରାଯିବ ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, ପିପିଲିରେ ଭୋଟ ପାଇଁ ଟଙ୍କା ବଣ୍ଟା ଯାଇଛି, ତୃତୀୟ ସ୍ଥାନରେ ରହିବ କଂଗ୍ରେସ । ଶାନ୍ତିଶୃଂଖଳାର ସହ ପିପିଲି ଉପନିର୍ବାଚନ  ମତଦାନ ଶେଷ ହେବା ପରେ ଇଭିଏମଗୁଡିକୁ ପେଣ୍ଠକଟା ୱେର ହାଉସ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଆସନ୍ତା ୩ ତାରିଖରେ ଭୋଟ ଗଣତି କରାଯାଇଛି । ପୋଲିଂ ପାର୍ଟି ମାନଙ୍କଠାରୁ ଇଭିଏମ ଓ ଅନ୍ୟାନ୍ୟ ସାମଗ୍ରୀ ବରିଷ୍ଠ ଅଧିକାରୀମାନେ ଯାଂଚ କରିବା ପରେ ରଖାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଛି ଷ୍ଟ୍ରଙ୍ଗ ରୁମ୍ ।