ବାଲଟିକ ସାଗରେ ଭାଙ୍ଗିଲା ପାଇପ ଲାଇନ, ରେକର୍ଡ ସ୍ତରରେ ମିଥେନ ଗ୍ୟାସ ନିର୍ଗତ

127

କନକ ବ୍ୟୁରୋ : ବାଲଟିକ ସାଗରରେ ପାଇପଲାଇନ ଭାଙ୍ଗିବା ପରେ ଏବେ ରେକର୍ଡ ସ୍ତରରେ ମିଥେନ ଗ୍ୟାସ ନିର୍ଗତ ହେବାରେ ଲାଗିଛି । ଏହାକୁ ନେଇ କେବଳ ପରିବେଶବିତ ନୁହେଁ ବଂର ମିଳିତ ଜାତିସଂଘ ମଧ୍ୟ ଚିନ୍ତା ପ୍ରକାଶ କରିଛି । ସୂଚନା ଅନୁସାରେ ପ୍ରତି ଘଂଟାରେ ୨୩ହଜାର କିଲୋ ମିଥେନ ଗ୍ୟାସ ନିର୍ଗତ ହେଉଛି । ଏହାର ଅର୍ଥ ପ୍ରତି ଘଂଟାରେ ୨.୮୫ ଲକ୍ଷ କୋଇଲା ଜଳିବା ସହ ସମାନ । ମିଳିତ ରାଷ୍ଟ୍ର ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି କହିଛି ଏଭଳି ଯଦି ମିଥେନ ଗ୍ୟାସ ନିର୍ଗତ ହେବ ତେବେ ଦୁନିଆ ପାଇଁ ଆଗକୁ ବଡ ବିପଦ ଆସିବ । । ଆଖପାଖ ଅଂଚଳରେ ସମୁଦ୍ରଜୀବ, ଜନ୍ତୁଙ୍କ ବହୁ କ୍ଷତି ହେବ । ଏପରିକି ସମୁଦ୍ର ପରିବହନ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।

ବାଲଟିକ ସାଗରରେ ଥିବା ନାଚୁରାଲ ଗ୍ୟାସ ପାଇପଲାଇନ ନର୍ଡ ଷ୍ଟ୍ରିମ ଫାଟିଯାଇଛି । ମିଥେନ ଗ୍ୟାସ ଲିକ ହେବା ପରେ ଏତେ ବଡ ବିସ୍ଫୋରଣ ହୋଇଥିଲା କି ଏହା ମହାକାଶ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ସେପଟେ ନର୍ଡ ଷ୍ଟ୍ରିମ ପାଇପ ଲାଇନ କମ୍ପାନୀ କହିଛି କି ମିଥେନ ଗ୍ୟାସ ଲିକ ଯୋଗୁଁ ଏହାକୁ ଠିକ କରିବା ଏବେ କାଠିକର ପାଠ ହୋଇଛି । ନର୍ଡ ଷ୍ଟ୍ରିମ ପାଇପଲାଇନ ଜରିଆରେ ରୁଷରୁ ୟୁରୋପ ପର୍ଯ୍ୟନ୍ତ ନାଚୁରାଲ ଗ୍ୟାସ ସପ୍ଲାଏ ହୁଏ । ତେବେ ପାଇପଲାଇନରେ ହୋଇଥିବା ବିସ୍ଫୋରଣ ପଛରେ ରୁଷର ହାତ ଥିବା ନେଈ ଚର୍ଚ୍ଚା ହେଉଛି ।