କନକ ବ୍ୟୁରୋ : ଯେବେ ଆପଣଙ୍କ ହ୍ୱାଟସଅପ ଅପଡେଟ ପାଇଁ ଏକ ମେସେଜ ସହ ଲିଙ୍କ ଆସିବ । ଆଉ ଆକର୍ଷିତ କରିବା ଭଳି ଏହା ଗୋଲାପୀ ରଙ୍ଗର ଥିବ । ତେବେ ନିଶ୍ଚିତଭାବେ ଆପଣ ବେଶ ଉତ୍ସାହିତ ହେବେ ଓ କିଛି ନଭାବି ହୁଏତ ଏହି ଲିଙ୍କ ଉପରେ କ୍ଲିକ କରି ଅପଡେଟ ମଧ୍ୟ କରିବେ । ଏହା ଏକ ସ୍ୱାଭାବିକ କଥା । କିନ୍ତୁ ୟାପରେ କଣ ଘଟିବ ସେକଥା ହୁଏତ ଆପଣ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ । କାରଣ ଲୁଟିବା ପାଇଁ ସାଇବର ଠକଙ୍କ ନୂଆ ଉପାୟ ଆପଣାଉଛନ୍ତି । ଥରେ ମାତ୍ର ଏହି ଲିଙ୍କ କ୍ଲିକ କଲେ ଲୁଟେରାଙ୍କ ନିକଟକୁ ଯିବ ଫଟୋ, ଭିଡିଓ ଓ ବ୍ୟାଙ୍କ ସମ୍ବନ୍ଧିତ ସମସ୍ତ ତଥ୍ୟ । ଏବେ ଏବେ ଏହି ସ୍କାମ କରୁଛି ପିଙ୍କ ହ୍ୱାଟସଅଫ । ଯାହା ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମୁମ୍ବାଇର ସ୍କାମ ଘଟଣା ବଢିବାପରେ ଏବେ ଆଡଭାଇଜରୀ ଜାରି କରିଛି ମୁମ୍ବାଇ ପୁଲିସ । ଅପଡେଟ ହ୍ୱାଟସଅଫ ସମୟରେ ଏକ ଡାଉନଲୋଡ ପାଇଁ ଏକ ଲିଙ୍କ ଆସୁଛି । ଯାହାର ରଙ୍ଗ ହୋଇଛି ଗୋଲାପୀ । ଏହା ଉପରେ କ୍ଲିକ କରିବା ମାତ୍ରକେ ବ୍ୟାଙ୍କ ତଥ୍ୟଠୁ ନେଇ ମୋବାଇଲ ୟୁଜର୍ରସଙ୍କ ସମସ୍ତ ତଥ୍ୟ ହ୍ୟାକରଙ୍କ ନିକଟକୁ ଚାଲିଯାଉଛି । ଭାଇରସ ସପ୍ଟୱେୟାର ଜରିଆରେ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି କରୁଛି । ଆପଣଙ୍କ ଫୋନରେ ଥିବା ସମସ୍ତ କଂଟାକ୍ଟ ନମ୍ବର ମଧ୍ୟ ଚୋରି ହୋଇପାରେ । ଆପଣଙ୍କ ନମ୍ବରରୁ ବିଭିନ୍ନ ଗ୍ରୁପକୁ ଅଶ୍ନୀଳ ମେସେଜ ମଧ୍ୟ ପଠାଯାଇପାରେ । ଏହି ପିଙ୍କ ହ୍ୱାଟସଅଫ ହେଉଛି ଅସଲି ହ୍ୱାଟସଅପର ନକଲ । ୨୦୨୧ ମସିହାରେ ପ୍ରଥମଥର ପାଇ ଏହା ସମ୍ପର୍କରେ ଜଣାପଡିଥିଲା । ଭିଭିଆଇପି, ରାଜନେତା, କର୍ପୋରେଟ, ସେଲିବ୍ରେଟିଙ୍କୁ ଟାର୍ଗେଟ କରୁଛି ପିଙ୍କ ହ୍ୱାଟସଅପ ।