କନକ ବ୍ୟୁରୋ: ବିବାହ ପରି ଲିଭ୍ ଇନ୍ ରିଲେସନସିପରେ ବି ରହିବାକୁ ହେଲେ ଏଣିକି ଆଇନଗତ ଭାବେ ରେଜିଷ୍ଟ୍ରସନ୍ କରିବାକୁ ପଡିବ । ଏଥିପାଇଁ ସୁପ୍ରିମକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା ।

Advertisment

କିଛି ଦିନ ହେବ ଲିଭ ଇନ୍ ରିଲେସନସିପକୁ ନେଇ ଅପରରାଧ ବଢିବାରେ ଲାଗିଛି । ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ୍ ପରେ ପରେ ନିକି ଯାଦବଙ୍କ ହତ୍ୟା ଘଟଣା ଘଟିଥିଲା । ଲିଭଇନ୍ ରିଲେସନସିପ ଭଳି ଏକ ପାଶ୍ଚାତ୍ୟ ସଭ୍ୟତା ଆମ ଦେଶର ପରିବେଶକୁ ଖରାପ କରୁଛି । ତେଣୁ ପୁଅ. ଝିଅଙ୍କ ଜୀବନକୁ ସୁରକ୍ଷିତ କରିବାକୁ ସାଙ୍ଗ ହୋଇ ରହିବାକୁ ଚାହିଁଲେ ସେମାନଙ୍କୁ ଆଇନଗତ ଭାବେ ନାଁ ପଞ୍ଚିକରଣ କରିବାକୁ ପଡିବ ଏବଂ ଏଥିପାଇଁ ନ୍ୟାୟାଳୟ ବିଦ୍ଧିବଦ୍ଧ ଆଇନ ଆଣିବାକୁ ଆବେଦନ କରିଛନ୍ତି ଜନୈକ ମହିଳା ଆଇନଜୀବୀ ।