କନକ ବ୍ୟୁରୋ : ମିଛ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ବିରୋଧରେ ମାମଲା ଚାଲିବ । ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ । ୨୦୨୦ ମେ’ ମାସରେ ଗଣଦୁଷ୍କର୍ମ ହୋଇଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଶୁଣାଣି ବେଳେ ସମ୍ପୃକ୍ତ ଯୁବତୀ ଓ ସାକ୍ଷୀ ବୟାନ ବଦଳାଇଥିଲେ । ତେଣୁ ମିଥ୍ୟା ତଥ୍ୟ ଓ ସାକ୍ଷୀ ଦେଇଥିବାରୁ କୋର୍ଟ ଯୁବତୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ସହ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଯୋଗକାରିଣୀଙ୍କ ନାଁରେ ହେବ ମାମଲା, ସମସ୍ତ ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ମିଥ୍ୟା ତଥ୍ୟ ଓ ସାକ୍ଷୀ ଦେବା ପଡିଲା ମହଙ୍ଗା । ଏକ ଗଣଦୁଷ୍କର୍ମ ମାମଲାରେ ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏକ ନିଆରା ରାୟରେ କୋର୍ଟ ଅଭିଯୋଗକାରିଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ଅର୍ଥ ମଧ୍ୟ ନଦେବାକୁ ରାୟରେ କୁହାଯାଇଛି ।
ଘଟଣା ଅନୁସାରେ
- ୨୦୨୦ ମେ’ ମାସରେ ଗଣଦୁଷ୍କର୍ମ ହୋଇଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ
- ଫୁଲବାଣୀ ସଦର ଥାନା ଅଂଚଳରେ ଯୁବତୀ ୪ଜଣ ଝିଅଙ୍କ ସହ ଗାଁ ନିକଟକୁ ବୁଲିବାକୁ ଯାଇଥିଲେ
- ୪ଜଣ ଯୁବକ ଆସି ସେମାନଙ୍କୁ ଭୟଭୀତ କରାଇଥିଲେ
- ସମସ୍ତେ ଖସି ପଳାଇ ଯାଇଥିବା ବେଳେ ସମ୍ପୃକ୍ତ ଯୁବତୀ ଜଣକ ଯାଇପାରିନଥିଲେ
- ସଂପୃକ୍ତ ଯୁବକ ମାନେ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ
- ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଚାର୍ଜସିଟ ଦାଖଲ କରିଥିଲା
ତେବେ ମାମଲାର ଶୁଣାଣି ବେଳେ ଯୁବତୀ ଓ ସାକ୍ଷୀ ବୟାନ ବଦଳାଇଥିଲେ । ତେଣୁ ମିଥ୍ୟା ତଥ୍ୟ ଓ ସାକ୍ଷୀ ଦେଇଥିବାରୁ କୋର୍ଟ ପୀଡିତାଙ୍କ ନାଁରେ ମାମଲା ରୁଜୁ କରିବାକୁ ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/20-31.jpg)