ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ! କହିଲେ, ନିର୍ବାଚନ ପ୍ରଚାର ବେଳେ ବ୍ୟବହାର କରନାହିଁ ସୈନିକଙ୍କ ଫଟୋ ।

182

ଭାରତର ନିର୍ବାଚନ କମିସନ ରାଜନୈତିକ ଦଳମାନଙ୍କୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ପ୍ରଚାର ସମୟରେ ସୈନିକଙ୍କ ଫଟୋ ବ୍ୟବହାର ନ କରନ୍ତୁ। ନିର୍ବାଚନ ଆୟୋଗ ଖୁବ କମ୍ ଦିନ ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ଏପ୍ରିଲ ଏବଂ ମେ’ ମାସ ମଧ୍ୟରେ ୭-୮ ପର୍ଯ୍ୟାୟରେ ନିର୍ବାଚନ କରାଯିବାର ଆଶା ଦେଖାଯାଉଛି। ନିର୍ବାଚନ ଆୟୋଗ ଶନିବାର ୩ ଘଣ୍ଟା ମାରାଥନ ବୈଠକ କରିଛି।

ଆଗାମୀ ୨-୩ ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବାର ଆଶା କରାଯାଉଛି। ଏହି ଘୋଷଣା ବିଜ୍ଞାନ ଭବନରେ ହେବ। ଆୟୋଗଙ୍କ ରେକର୍ଡ ଅନୁସାରେ ୨୦୦୪ ଲୋକସଭା ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଥିଲା। ଏଭଳି କ୍ଷେତ୍ରରେ ଏଥର ବି ଆଶା କରାଯାଇ ପାରିବ । ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ । ବର୍ତ୍ତମାନ ଲୋକସଭା କାର୍ଯ୍ୟକାଳ ଜୁନ ୩ରେ ଶେଷ ହେବ। ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ।