ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା । ଅକ୍ଟୋବର ୧୫ ସୁଦ୍ଧା ଆରମ୍ଭ ହେବ ପିଜି ନାମଲେଖା । ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

298

କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ୨୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ । ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

ତେବେ ଚଳିତ ବର୍ଷ ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୧୯ ତାରିଖ ସୁଦ୍ଧା ଆରମ୍ଭ ହେବ । ଯାହାର ଫଳାଫଳ ସେପ୍ଟେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୨୩ରୁ ପିଜି ପ୍ରବେଶିକା ପରୀକ୍ଷା ହେବା ସହ ଅକ୍ଟୋବର ୧୫ ତାରିଖରୁ ପିଜି ନାମଲେଖା ଆରମ୍ଭ ହେବ ବୋଲି କୁହାଯାଇଛି ।

ପିଜିରେ ନାମଲେଖା ହେବା ପରେ ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ । ଯାହାର ରେଜଲ୍ଟ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ଆଜି ନିଷ୍ପତ୍ତି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସବୁ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ସ୍ଥାପନ ହେବ । ଜାନୁଆରୀ ୧, ୨୦୨୨ ସୁଦ୍ଧା ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ଟ୍ରେନ୍ କରାଯାଉଛି ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।