ବଦଳିଗଲା ଭାଗ୍ୟ ! ପେଟ୍ରୋଲ ପମ୍ପରେ କାମ କରୁଥିଲେ ବାପା, ପୁଅଙ୍କୁ ମିଳିଲା ପେଟ୍ରୋଲିୟମ କମ୍ପାନୀର ବଡ ଅଫିସର ପଦ

51

ସଂର୍ଘଷ ହିଁ ସଫଳତା ଆଣି ଦେଇଥାଏ । ଏହାର ଅନେକ ନଜିର ରହିଛି । ଆଉ ଏହି ଧାରାରେ ସାମିଲ ହୋଇଛି ଗ୍ୱାଲିୟରର ମୋହିତ ମଡେଲିଆଙ୍କ ନାମ । ଦୃଢ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ତାଙ୍କୁ ଆଣି ଦେଇଛି ସଫଳତା । ଆଇଆଇଏମ ସିଲଂର ଛାତ୍ର ମୋହିତଙ୍କୁ ଏବେ ବାର୍ଷିକ ୨୧.୪ ଲକ୍ଷ ଟଙ୍କା ପ୍ୟାକେଜରେ ଏକ ପେଟ୍ରୋଲିୟମ କମ୍ପାନିରେ ଚାକିରି ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କ ବାପା ପେଟ୍ରୋଲ ପମ୍ପରେ କାମ କରୁଥିବା ବେଳେ ପୁଅ ପେଟ୍ରୋଲିୟମ କମ୍ପାନିର ବଡ ଅଫିସର ଭାବେ ଚାକିରି ପାଇଛନ୍ତି । ପୁଅ ପେଟ୍ରୋଲିୟମ କମ୍ପାନିରେ ସେଲ୍ସ ଅଫିସର ଭାବେ ଚାକିରି ପାଇବା ପରେ ତାଙ୍କର ସବୁ ଆଶା ପୂରଣ ହୋଇଛି ବୋଲି କହିଛନ୍ତି ମୋହିତଙ୍କ ବାପା ।

aaତେବେ ମୋହତିଙ୍କ ଏହି ଚାକିରି ପାଇବା ପଛରେ ତାଙ୍କ ବାପାଙ୍କର ବଡ ଅବଦାନ ରହିଛି । ଏହା ମଧ୍ୟ ସ୍ୱୀକାର କରିଛନ୍ତି ମୋହିତ । ବାପା ମଧ୍ୟ ତାଙ୍କ ଭଳି ଅଫିସର ହେବାକୁ ଚାହୁଁଥିଲେ କିନ୍ତୁ ଗ୍ରାଜୁଏସନ ଶେଷ କରିବା ପରେ ପରିବାର ସ୍ଥିତି ଏତେ ସ୍ୱଚ୍ଛଳ ନଥିଲା ଯେ ସେ ଆଗକୁ ପଢିପାରିବେ । ଏପରିକି ପରିବାର ଚଳାଇବା ପାଇଁ ସେ ପେଟ୍ରୋଲ ପମ୍ପରେ କାମ କରିବା ଆରମ୍ଭ କରିଥିଲେ । ଆଉ ଏହା ଭିତରେ ଉଚ୍ଚ ଶିକ୍ଷାର ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଥିଲା । ନିଜ ସ୍ୱପ୍ନ ପୂରଣ ନହେଲା ନାହିଁ କିନ୍ତୁ ପୁଅକୁ ଅଫିସର କରିବା ପାଇଁ ଦୃଢ ନିଷ୍ପତି ନେଇଥିଲେ ମୋହିତଙ୍କ ବାପା । ଆଉ ଏଥିପାଇଁ ଦିନରାତି ଏକ କରିଦେଇଥିଲେ । ମୋହିତଙ୍କ ପଢାରେ ଯେପରି କୌଣସି ଅସୁବିଧା ନ ରହିବ ସେଥିପ୍ରତି ବେଶ ଯତ୍ନବାନ ଥିଲେ ତାଙ୍କ ବାପା ।

ଆଉ ବାପାଙ୍କ ଏତେ ପରିଶ୍ରମ କରୁଥିବାର ଦେଖି ରୋହିତଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଗ୍ରାଜୁଏସନ ଶେଷ କରିଥିଲେ ମୋହିତ । ଏହାପରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରି ମଧ୍ୟ ପାଇଲେ । କିନ୍ତୁ ତାଙ୍କ ବାପାଙ୍କର ଇଚ୍ଛା ଥିଲା ପୁଅକୁ ବଡ ଅଫିସର ଭାବରେ ଦେଖିବା ପାଇଁ । ଆଉ ବାପାଙ୍କର ଏହି ଆଶାକୁ ପୂରଣ କରିବା ପାଇଁ କ୍ୟାଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ମୋହିତ । କୋଚିଙ୍ଗ ପାଇଁ ପାଖରେ ପଇସା ନଥିବାରୁ ସର୍ମ୍ପକୀୟଙ୍କ ଠାରୁ ଟଙ୍କା ଉଧାର ଆଣିଥିଲେ ତାଙ୍କ ବାପା ରାମ ମନୋହର ।

pt5_1516606959କ୍ୟାଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଇଆଇଏମ ସିଲଂରେ ପଢିବା ପାଇଁ ମୋହିତଙ୍କୁ ଚୟନ କରାଗଲା । ଦୁଇ ବର୍ଷର କୋର୍ସ କରିବା ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଦରକାର ଥିବା ବେଳେ ମେଧାବୀ ଛାତ୍ର ବୃତ୍ତି ପାଇଁ ସମ୍ପୂର୍ଣ୍ଣ ଭାବେ ମାଗଣାରେ ପଢିଲେ ମୋହିତ । ତେବେ ଦୁଇବର୍ଷ ପରେ ମୋହିତଙ୍କ ଜୀବନରେ ଏକ ନୂଆ ମୋଡ ଆସିଛି । କଲେଜ କ୍ୟାମ୍ପସ ପ୍ଲେସମେଣ୍ଟ ଚୟନ ବେଳେ ମୋହିତଙ୍କୁ ଏକ ପେଟ୍ରୋଲ କମ୍ପାନି ୨୧.୪ ଲକ୍ଷ ଟଙ୍କାର ପ୍ୟାକେଜରେ ଚାକିରି ଦେଇଛି । ୧୮୦ ଜଣ ଏହି ପଦ ପାଇଁ ଆବେଦନ କରିଥିବା ବେଳେ ମାତ୍ର ୪ ଜଣଙ୍କୁ କମ୍ପାନି ପକ୍ଷରୁ ଚାକିରି ମିଳିଛି । ସେଥିମଧ୍ୟରୁ ମୋହିତ ଅନ୍ୟତମ । ମୋହିତଙ୍କ ଏହି ସଫଳତାରେ ବେଶ ଖୁସି ଅଛନ୍ତି ତାଙ୍କ ବାପା । କଠିନ ପରିଶ୍ରମ ଯୋଗୁଁ ମୋହିତଙ୍କୁ ଏଭଳି ସଫଳତା ମିଳିଛି ବୋଲି ତାଙ୍କ ବାପା କହିଛନ୍ତି । ତେବେ ଏହି ଚାକିରି ପାଇବା ପରେ ମୋହିତ କହିଛନ୍ତି ଯେ, ତାଙ୍କ ବାପାଙ୍କୁ ଆଉ ଏବେ କଠିନ ପରିଶ୍ରମ କରିବାକୁ ପଡିବନି ।